PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ମରିଗଲା ମାନବିକତା: କରୋନାରେ ଚାଲିଗଲା ସମ୍ପର୍କୀୟଙ୍କ ଜୀବନ, ପିପିଇ କିଟ୍‌ ପିନ୍ଧି ଯୁବକ ପୋଲରୁ ନଦୀକୁ ଫୋପାଡ଼ି ଦେଲେ ଶବ, ଭାଇରାଲ ହେଉଛି ଭିଡିଓ

India.Com

ଲକ୍ଷ୍ନୌ: କରୋନା କବଳରେ ସାରା ଦେଶ। କରୋନାର ଦ୍ବିତୀୟ ଲହରରେ ଅଧିକ ପ୍ରାଣହାନୀ ଖବର ସାମ୍ନାକୁ ଆସୁଥିବା ବେଳେ ମଣିଷ ସମାଜର ମାନବିକତାର ମଧ୍ୟ ମୃତ୍ୟୁ ହେବାରେ ଲାଗିଛି। ଦେଶର ଏଭଳି କିଛି ସ୍ଥାନ ଅଛି ଯେଉଁଠି ନିଇତି ନିର୍ଦ୍ଦରତାର ସୀମା ଟପିବାରେ ଲାଗିଛି। ଉତ୍ତର ପ୍ରଦେଶର ବଳରାମପୁରର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯେଉଁଥିରେ ଜଣେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ନଦୀରେ ଫୋପାଡ଼ି ଦେଉଥିବାର ଦେଖିବାକୁ ମିଳିଛି। ୨ ଜଣ ଯୁବକ ମୃତ ଦେହକୁ ପୋଲ ଉପରେ ନଦୀକୁ ଫୋପାଡ଼ି ଦେଉଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଶବ ଫିଙ୍ଗିବା ସମୟରେ ଜଣେ ପିପିଇ କିଟ୍‌ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ମେ’୨୯ ସନ୍ଧ୍ୟାର ବୋଲି ସୂଚନା ରହିଛି। ଭାଇରାଲ ହେଉଥିବା ଭିଡିଓରେ ବିନା ପିପିଇ କିଟରେ ଯେଉଁ ଯୁବକ ଦେଖା ଯାଉଥିଲେ ତାଙ୍କ ପରିଚୟ ଏବେ ମିଳି ସାରିଛି। ତାଙ୍କ ନାମ ଚନ୍ଦ୍ର ପ୍ରକାଶ। ଯିଏ ଶଶ୍ମାନରେ କାମ କରନ୍ତି।

ଚନ୍ଦ୍ରପ୍ରକାଶ ଗଣମାଧ୍ୟମକୁ କହିଛନ୍ତି ଯେ, କିଛି ଲୋକ ଆସିଥିଲେ ଏବଂ ମୋତେ ଡାକି ପୋଲ ଉପରକୁ ନେଇଥିଲେ। ମୁଁ ପୋଲର ଦ୍ବିତୀୟ ଭାଗରେ ଛିଡ଼ା ହୋଇଥିଲି। ଜଣେ ଯୁବକ ବ୍ୟାଗ୍‌ ଚେନ୍‌ ଖୋଲି ପଥର ଭର୍ତ୍ତିଥିଲେ ଓ ମୋତେ ଡାକିଥିଲେ। ପରେ ନଦୀରେ ଶବ ଫିଙ୍ଗି ଫେରି ଯାଇଥିଲେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ଯୁବକ ଜଣଙ୍କୁ କହିଥିଲି ଯେ କାଠ ଅଛି ଚିନ୍ତା କରନ୍ତୁନି। ହେଲେ ଯୁବକ ଜଣକ କହିଥିଲେ ଯେ ଶବକୁ ଜଳ ପ୍ରବାହ କରିବାର ଅଛି। ତାଙ୍କ ସହିତ କିଛି ଲୋକ ଥିଲେ ହେଲେ ମୋ କଥା କେହି ଶୁଣିଲେ ନାହିଁ ବୋଲି ଚନ୍ଦ୍ର ପ୍ରକାଶ କହିଛନ୍ତି।

ଭାଇରାଲ ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେପଟେ ଯେଉଁ ଯୁବକ ନଦୀକୁ ମୃତଦେହ ଫୋପାଡ଼ି ଥିଲେ ମୃତ ବ୍ୟକ୍ତିଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ହେଉଛି।