୫୦ ବର୍ଷ ପୁରୁଣା ଆଇନ ବଦଳାଇବାକୁ ଯାଉଛନ୍ତି ମୋଦି ସରକାର,ସିବିଡିଟି ଦେଲା ରିର୍ପୋଟ

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନକମ ଟାକ୍ସ ସମ୍ପର୍କିତ ୫୦ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନର ସିଧାସଳଖ ଫାଇଦା ଚାକିରିଆ ଲୋକଙ୍କ ମିଳିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି)ର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ ଫୋର୍ସ କମିଟି ‘ଡାଇରେକ୍ଟ ଟାକ୍ସ କୋଡ’ ରିର୍ପୋଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିବେ।

ଡାଇରେକ୍ଟର ଟାକ୍ସ କୋଡ୍ ଲାଗୁ ହେବା କାରଣରୁ ଏହାର ଇନକମ ଟାକ୍ସ ଆକ୍ଟ ୧୯୬୧ର ସ୍ଥିତି ଶେଷ ହୋଇଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ପରିବର୍ତ୍ତନକୁ ନେଇ ସମିତିର ଗଠନ ଦୁଇ ବର୍ଷ ପୂର୍ବରୁ କରାଯାଇଥିଲା। ଅର୍ଥାତ ମୋଦି ସରକାର ଏହା ଉପରେ ପ୍ରାୟ ୨ ବର୍ଷ ଧରି କାମ କରୁଛନ୍ତି।

ନଭେମ୍‌ବର ୨୦୧୭ରେ ଟାସ୍କ ଫୋର୍ସ କମିଟିର ଗଠନ କରାଯାଇଥିଲା। ପୂର୍ବରୁ କମିଟିକୁ ୩୧ ମଇ ୨୦୧୯ ପର୍ଯ୍ୟନ୍ତ ରିର୍ପୋଟ ଦେବାର ଥିଲା। କିନ୍ତୁ ୨୬ ମଇରେ ଦୁଇ ମାସର ଅତିରିକ୍ତ ସମୟ ଦିଆଯାଇଥିଲା। ଏହି ପରିବର୍ତ୍ତନର ସବୁଠାରୁ ବଡ ଫାଇଦା କରଦାତାଙ୍କୁ ହେବ।

   ସମ୍ବନ୍ଧିତ ଖବର


ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ

ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌