PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଜାଣନ୍ତୁ ଆଇଏନଏକ୍ସ ମିଡିଆ ମାମଲା କ’ଣ? ଯେଉଁ କାରଣରୁ ଜେଲ୍ ଗଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୨।୮: ଆଇଏନ୍ସଏକ୍ସ ମିଡିଆ ଦୁର୍ନୀତି ମାମଲରେ ପୂର୍ବତନ ଅର୍ଥମନ୍ତ୍ରୀ ଓ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଗତକାଲି ନାକଟକୀୟ ଘଟଣାକ୍ରମ ପରେ ସିବିଆଇ ଗିରଫ କରିଛି। ଏହି ମାମଲାରେ ଦିଲ୍ଳୀ ହାଇକୋର୍ଟଙ୍କ ଦ୍ବାରା ଅଗ୍ରୀମ ଜାମିନ୍ ଆବେଦନ ଖାରଜ ହେବାପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଚିଦାମ୍ବରମ। କିନ୍ତୁ ଏହି ମାମଲାରେ ଆଇଏନଏକ୍ସ ମିଡିଆ ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସରକାରୀ ସାକ୍ଷୀ ହେବାପରେ ଚିଦମ୍ବରମଙ୍କ ସମସ୍ୟା ଲଗାତାର ଭାବରେ ବଢିବାରେ ଲାଗିଥିଲା ଓ ପରେ ତାଙ୍କୁ ଗିରଫ କରିବାକୁ ପଡିଥିଲା।

ତେବେ ଏହି ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି କ‘ଣ ? ଯେଉଁଥିରେ କଂଗ୍ରେସର ଏହି ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ଛନ୍ଦି ହୋଇ ଏବେ ଯାଇଛନ୍ତି ଜେଲ୍। ତଦନ୍ତକାରୀ ଏଜେନ୍ସିର ସୂଚନା ଅନୁସାରେ, ୨୦୦୭ରେ ଯେତେବେଳେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିଣେ ସେତେବେଳେ ପିଟର ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆଇଏନଏକ୍ସ ମିଡିଆକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି କମ୍ପାନୀର ମାଲିିକ ପିଟର ମୁଖାର୍ଜୀ ହୋଇଥିବା ବେଳେ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀ ଥିଲେ ଏହାର ସିଇଓ। ଇନଏକ୍ସ ମିଡିଆ କମ୍ପାନୀରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଥିଲା, ତେବେ ମାତ୍ର ୫ କୋଟି ଟଙ୍କାର ନିବେଶର ଅନୁମତି ମିଳିଥିଲା। କିନ୍ତୁ ଆଇଏନଏକ୍ସ ମିଡିଆରେ ୩୦୦  କୋଟିରୁ ଅଧିକ ପୁଞ୍ଜିନିବେଶ କରାଯାଇଥିଲା। ନିଜକୁ ବଞ୍ଚାଇବା ପାଇଁ ଆଇଏନଏକ୍ସ ମିଡିଆ କାର୍ତ୍ତି ଚିଦାମ୍ବରମଙ୍କ ସହ ମିଶି ଷଡଯନ୍ତ୍ର କରିଥିଲା ଓ ସରକାରୀ ଅଫିସରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ମଧ୍ୟ ଲାଞ୍ଚ ନେଇଥିଲେ।

ସିବିଆଇର ଅଭିଯୋଗ ଅନୁସାରେ ଏକ ଘରୋଇ କମ୍ପାନୀ, ଯାହା ଉପରେ କାର୍ତ୍ତି ଚିଦାମ୍ବରମଙ୍କ କନଟ୍ରୋଲ ଥିଲା, ଇନ୍ଦ୍ରାଣୀ ଓ ପିଟର ମୁଖର୍ଜୀଙ୍କ ମିଡିଆ ହାଉସରୁ ଫଣ୍ଡ ଟ୍ରାନ୍ସଫର ହୋଇଥିଲା। ସିବିଆଇର ଅଭିଯୋଗ ଅନୁସାରେ କାର୍ତ୍ତି ନିଜର କ୍ଷମତାକୁ ବ୍ୟବହାର କରି ଆଇଏନଏକ୍ସକୁ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ କ୍ଲିୟରାନ୍ସ ହାସଲ କରିବାକୁ ସାହାର୍ଯ୍ୟ କରିଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ୧୫ ମଇ ୨୦୧୫ରେ ପ୍ରାଥମିକ ମାମଲା ରୁଜୁ କରିଥିଲା ଏହାପ​‌ରେ ଇଡି ଗତ ବର୍ଷ ଏସମ୍ପର୍କରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଏଭଳି ଖୋଲିଥିଲା ପୁରା ମାମଲା:

ବିଦେଶୀ ପୁଞ୍ଜି ନିବେଶ ଆଳରେ ଏଫଆଇପିବିରେ ଚାଲୁଥିବା ଖେଳର ଖୁଲାସା ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାର ତଦନ୍ତ ବେଳେ ଏୟାରସେଲ-ମାକ୍ସିସ ଡିଲ୍ ଯାଞ୍ଚରୁ ହୋଇଥିଲା। ଏହି ଡିଲରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଟିମର ଧ୍ୟାନ ମ୍ୟାକ୍ସିସ୍ ସମ୍ପର୍କିତ କମ୍ପାନୀରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ  ସହିତ ଜଡିତ କମ୍ପାନୀରେ ଟଙ୍କା ଆସିବା ନେଇ କରାଯାଇଥିଲା। ଯେତେବେଳେ ଇଡି ଏହି ମାମଲା ଅନୁସାରେ ତାଙ୍କ ନିକଟରେ ପହଁଞ୍ଚିଥିଲା ​ସେତେବେଳେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା ହୋଇଥିଲା। ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଓ ପିଟର ଏବଂ ଇନ୍ଦ୍ରାଣୀଙ୍କୁ ସାହାର୍ଯ୍ୟ କରିବାର ପ୍ରତିଶୃତି ହୋଇଥିଲେ। କିନ୍ତୁ ଏହା ବଦଳରେ ଦୁହିଁଙ୍କୁ କହିଥିଲେ ତାଙ୍କର ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସାହାର୍ଯ୍ୟ କରିବାକୁ।ଇନ୍ଦ୍ରାଣୀ ଓ ପିଟିର ଦୁହେଁ ଇଡିକୁ କହିଥିଲେ ଯେ, ଏଫଆଇପିବିରୁ ମଞ୍ଜୁରୀ ଦେବା ସମ୍ପର୍କରେ ସେ ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରଙ୍କୁ ଦିଲ୍ଲୀର ଏକ ହୋଟେଲରେ ସାକ୍ଷାତ କରିଥିଲେ। କାର୍ତ୍ତିଙ୍କୁ ସାକ୍ଷାତ କରିବା ପରେ ତାଙ୍କୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ।

ସମ୍ବନ୍ଧିତ ଖବର