ନିର୍ବାଚନ ଖବର
  • ଖଇରା ଅଞ୍ଚଳରେ ବାଘ ଆତଙ୍କ: ଆକ୍ରମଣରେ ୪ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
  • ||
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ବିଭିନ୍ନ ନିଯୋଗର ଆଲୋଚନା
  • ||
  • ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ତିନି ଦିନ ପରେ ଝଲସିବ ବଡ଼ଦେଉଳ
  • ||
  • କଟକରେ ମୋ' ବସ୍‌କୁ ଧକ୍କା ଦେଲା ଟ୍ରକ୍, ୫ ଗୁରୁତର, ୪ ଆହତ
  • ||
  • ମାଲକାନଗିରି: ନିମ୍ନମାନର କାମ ଯୋଗୁ ବର୍ଷାରେ ପୁଣି ଭୁସୁଡ଼ିଲା ବିମାନବନ୍ଦର ପାଚେରୀ
  • ||
  • ବଡଚଣା: ବସ୍-ଟ୍ରକ ମଧ୍ୟରେ ଧକ୍କା , ଦୁଇ ମୃତ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ
  • ||
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

‘ସିବିଆଇରେ ଷ୍ଟାଫ୍‌ଙ୍କ ଅଭାବ, ତୁରନ୍ତ ପଠାଅ ଅଫିସର’ : ଏହି ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ,୧୪।୫: ଭାରତୀୟ ତଦନ୍ତକାରୀ ଏଜେନ୍ସି ବା ସିବିଆଇରେ ଏବେ କର୍ମଚାରୀଙ୍କ ଅଭାବ। ଆଉ ଏହି କାରଣରୁ ତଦନ୍ତ ଗତି ପ୍ରଭାବିତ ହୋଇଛି। ଏଭଳି କଥାକୁ ପଞ୍ଜାବ ଆଣ୍ଡ ହରିୟାଣା ହାଇକୋର୍ଟରେ ସ୍ବୀକାର କରିଛି ସିବିଆଇ। କିଛି ଦିନ ତଳେ ସିବିଆଇ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ କହିଥିଲା ସେ କର୍ମଚାରୀଙ୍କ ପ୍ରବଳ ଅଭାବ ରହିଛି। ଏହାପରେ କୋର୍ଟ ହରିୟାନା ସରକାରଙ୍କୁ ନିଜ ଅଧିକାରୀ ସିବିଆଇରେ ପ୍ରତିନିଯୁକ୍ତି କରିବା ନେଇ ନିର୍ଦେଶ ଦେଇଛନ୍ତି।

ଲାଇଭ ଲ’ର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ବିନୋଦ ଏସ୍ ଭରଦ୍ବାଜ ନିଜ ରାୟରେ କହିଛନ୍ତି, ହରିୟାଣା ସରକାର ସିବିଆଇ ପକ୍ଷରୁ ଯାଞ୍ଚ ପାଇଁ ପୋଲିସ ଉପାଧ୍ୟକ୍ଷ(ଡିଏସ୍‌ପି) ରାଙ୍କର ଜଣେ ତଦନ୍ତକାରୀ ଅଧିକାରୀ ଓ ଏଏସ୍ଆଇ ରାଙ୍କର ଦୁଇ ବ୍ୟକ୍ତିଙ୍କୁ ମୁତୟନ କରିବାର ନିର୍ଦେଶ ଦିଆଯାଉଛି।’ ହାଇକୋର୍ଟ ଏହି କାରଣରୁ ରାଜ୍ୟ ସରକାରଙ୍କୁ ମାମଲାରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଶୁଣାଣି କରିବାର ଆଗାମୀ ତାରିଖ ପୂର୍ବରୁ ଜବାବ ଦାଖଲ କରିବାକୁ କହିଛନ୍ତି। 

ହାଇକୋର୍ଟ ଏହି ନିର୍ଦେଶ ସେତେବେଳେ ଦେଇଛନ୍ତି, ଯେତେବେଳେ ସେ ହରିୟାନା ରାଜ୍ୟର ସମ୍ପତ୍ତିକୁ ନଷ୍ଟ କରିବାକୁ ସୁନିଶ୍ଚିତ କରିବା ଓ ନଗର ପରିଷଦକୁ ରାଜସ୍ବର ଦୁରୂପଯୋଗକୁ ସୁନିଶ୍ଚିତ କରିବାରେ ଲାଭାର୍ଥୀଙ୍କୁ ଲାଭ ପହଁଞ୍ଚାଇବା ପାଇଁ ଯାଞ୍ଚ ଏଜେନ୍ସି ଦ୍ବାରା କରାଯାଇଥିବା ଅଭାବକୁ ସ୍ବତନ୍ତ୍ର ଯାଞ୍ଚ କରିବାର ଦାବି କରିଥିବା ଆବେଦନ ଉପରେ ଶୁଣାଣି କରୁଥିଲେ। ମାମଲାର ଦଲିଲ ଶୁଣିବା ପରେ କୋର୍ଟ କହିଛନ୍ତି। ଅଭିଯୋଗକୁ ସ୍ବତନ୍ତ୍ର ରୂପରେ ଯାଞ୍ଚ କରିବା ଦରକାର। ଏହାପରେ ଜଷ୍ଟିସ୍ ଭରଦ୍ବାଜ ସିବିଆଇକୁ  ମାମଲାର ଯାଞ୍ଚ କରିବାକୁ କହିଥିଲେ ଓ ୪ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ,। କିନ୍ତୁ ସିବିଆଇ କୋର୍ଟରେ ଷ୍ଟାଫ୍‌ଙ୍କ ଅଭାବ କଥା କହି ତଦନ୍ତ କରିପାରୁନଥିବାର ଅସମର୍ଥତା ପ୍ରକାଶ କରିଥିଲା। ସିବିଆଇ କହିଥିଲା ତାଙ୍କ ପାଖରେ ପର୍ଯ୍ୟାପ୍ତ ଅଧିକାରୀ ନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଜଣେ ଡିଏସ୍‌ପି ଓ ଦୁଇ ଏଏସ୍ଆଇ ରାଙ୍କର ଅଧିକାରୀ ପ୍ରତିନିଯୁକ୍ତି କରିବାକୁ ନିର୍ଦେଶ ଦିଆଯାଉ। ଏହାପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ତିନି ଅଧିକାରୀଙ୍କୁ ସିବିଆଇକୁ ଦେବାର ନିର୍ଦେଶ ଦୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.