PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଓଡ଼ିଶାରେ ଲୁଚିଛି କି ଧବଳ ତ୍ରିବେଦୀ ?… ଲମ୍ପଟ ସାରଙ୍କ ପଛରେ ସିବିଆଇ, ପାରୋଲରେ ଆସି ଛାତ୍ରୀଙ୍କୁ ଧରି ଛୁ…

ଭୁବନେଶ୍ୱର,୧୬.୧୨: ଗୁରୁ ନାଁରେ କଳଙ୍କ । ସାର ସାଜିଛନ୍ତି ଏଠି ରୋମିଓ। ପାଠ ପଢାଉଥିବା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ହୋଇଯାଉଛନ୍ତି ଫେରାର। ଆଉ ଏହି ରସିକିଆ ଓ କାମୁକ ସାର ଜଣକ ହେଲେ ଧବଳ ତ୍ରିବେଦୀ। ଏବେ ତାଙ୍କ ସନ୍ଧାନରେ ଅଛନ୍ତି ୬ ରାଜ୍ୟର ପୋଲିସ। ତଥାପି ତାଙ୍କ ଟେର ମିଳୁନି ।ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା , ସିବିଆଇ ନେଇଛି ଏହାର ଦାୟୀତ୍ୱ ।

ନାମ ଧବଳ, କାମନା ପ୍ରବଳ ।ଧବଳ ସାରେ ଇଂରାଜୀ ପଢ଼ାଇ ସ୍କୁଲ ଛାତ୍ରୀଙ୍କୁ ଫସାଇ ମାରନ୍ତି ଛୁ। ରାଜ୍ୟ ପରେ ରାଜ୍ୟଡେଇଁ ସେ ରଚିଚାଲିଛନ୍ତି କାରନାମା। ୫ ରାଜ୍ୟରେ ଏଭଳି କାଣ୍ତ କରି ସାରିଛନ୍ତି ଧବଳ ସାର। ଗୁଜୁରାଟର ଗୋଟେ ଝିଅକୁ ଧରି ଚମ୍ପଟ ମାରିବା ପରେ ସିବିଆଇ ଧବଳ ସାରଙ୍କୁ ଖୋଜୁଛି। କାଳେ ଏହି କାମୁକ ଧମକ ସାରେ ଓଡିଶାରେ ଥିବେ ଓ ତାଙ୍କର ଆଗାମୀ ଟାର୍ଗେଟ ଦେଖିସାରିଥିବେ। ଏବେ ତାଙ୍କୁ ଠାବ କରିବାକୁ ଗଣଶିକ୍ଷା ବିଭାଗଙ୍କୁ ଚିଠିଲେଖିଛି ସିବିଆଇ।

ଇଂରାଜୀ ଶିକ୍ଷକ ଧବଳ ତ୍ରିବେଦୀ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ପାଠପଢ଼ା ବାହାନାରେ ସେ ଆଜି ସୁଦ୍ଧା ୬ଟି ରାଜ୍ୟରେସ୍କୁଲ ଝିଅଙ୍କୁ ଧରି ଫରାରହୋଇଥିବା ଅଭିଯୋଗ ହୋଇଛି। ସେହି ଧବଳ ତ୍ରିବେଦୀଙ୍କୁ ଖୋଜୁଛି ସିବିଆଇ। ସିବିଆଇ ଏନେଇ ଓଡିଶା ସରକାରଙ୍କୁ ସତର୍କ କରାଇ ଦେଇଛି। ଯଦି ଧବଳ ରାଜ୍ୟରକୌଣସି ସ୍କୁଲରେ ଛଦ୍ମବେଶରେ ଶିକ୍ଷକହୋଇ ପାଠପଢ଼ାଉଥିବା ତାଙ୍କୁ ଠାବ କରିବାକୁ ସିବିଆଇ ଚିଠି ଲେଖିଛି।

ପାରୋଲରେ ଜେଲରୁ ବାହାରିଥିବା ଧବଳ ସାର ନିକଟରେ ଗୁଜୁରାଟର ନିଧି ଖକ୍କର ନାମକ ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇଯିବା ପରେ ତାଙ୍କ ବାପା ମୁକେଶ ଖକ୍କର ଗୁଜୁରାଟ ହାଇକୋର୍ଟରେ ଅପିଲ କରିବାଥିଲେ । ସେହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସବିଆଇ ଖୋଳତାଡ ଆରମ୍ଭ କରିଛି। ଏନଇେ ସାରା ଦେଶର ଗଣଶିକ୍ଷା ବିଭାଗକୁ ସର୍ତକ କରାଇଛି ସିବିଆଇ। ଓଡ଼ିଶାକୁ ମଧ୍ୟ ସିବିଆଇର ସତର୍କ ନୋଟିସ ଆସିଥିବା କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀରଦାସ ।

ଧବଳ ତ୍ରିବେଦୀର କାରନାମା ତାଜୁବ କରିଦେଲାଭଳି। ଭଲ ଇଂଲିଶ କହିପାରୁଥିବା ଧବଳ ସହର ତଳି ଅଞ୍ଚଳର ସ୍କୁଲମାନଙ୍କୁ ଟାର୍ଗେଟ କରେ। ସେଠି କିଛିଦିନ ଇଂରାଜୀ ଶିକ୍ଷକ ହୋଇ ରହିବାପରେ ସେ ଝିଅମାନଙ୍କ ଉପରେ ପ୍ରେମ ଫାଶ ପକାଏ। ତାପରେ ହଠାତ ତାଙ୍କୁ ଧରି ରାଜ୍ୟ ଛାଡି ଫେରାର ହୋଇଯାଏ। ଅରୁଣାଚଳପ୍ରଦେଶ , ହିମାଚଳପ୍ରଦେଶ, ପଞ୍ଜାବ, ହରିୟାନା, ଗୁଜୁରାଟ ଭଳି ରାଜ୍ୟରେ ଧବଳ ଏଭଳି କାଣ୍ଡ ଭିଆଇ ଛୁ ମାରିଛି।

ବିଭିନ୍ନ ରାଜ୍ୟରେ ଧବଳ ନିଜ ନାମ ବଦଳାଇ ଶିକ୍ଷକତା କରି , ତାର ଟାର୍ଗେଟ ପୂରଣ ହେବା ପରେ ସେ ଫେରାର ହୋଇଯାଏ। ତେବେ ତାର ଶିକାର ହୋଇଥିବା ଛାତ୍ରୀମାନଙ୍କ ଖବର ଆଉ ମିଳେନି । ପୋଲିସ କିମ୍ବା ସିବିଆଇ ଆଜି ପର୍ଯ୍ୟନ୍ତ ଧବଳର ଟେର ପାଉନାହାନ୍ତି। ସେ ଓଡ଼ିଶାରେ ଲୁଚିନି ତ ? ତେବେ ଓଡିଶା ସରକାର ସିବିଆଇର ଚିଠି ପାଇବା ପରେ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠିଲେଖିଥିବା ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।