ରିୟା ଚକ୍ରବର୍ତ୍ତୀଙ୍କୁ ଏହି ସବୁ ପ୍ରଶ୍ନ ପଚାରିପାରେ CBI ଟିମ୍

ନୂଆଦିଲ୍ଲୀ ୨୪/୮: ମୁମ୍ବାଇରେ ସିବିଆଇ(CBI) ଟିମ୍ ଲଗାତର ସୁଶନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଛି । ସିବିଆଇର ଏକ ଟିମ୍ ଗତ ୩ ଦିନ ହେବ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଓ ତାଙ୍କ କୁକ୍ ନୀରଜଙ୍କୁ ଲଗାତର ପଚରାଉଚରା ଜାରି ରଖିଛି । ଖବର ଆସୁଛି କି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ଆଜି ଜେରା କରିପାରେ । କିନ୍ତୁ ରିୟାଙ୍କ ଓକିଲଙ୍କ କହିବାନୁସାରେ ଏପର୍ଯ୍ୟନ୍ତ ସିବିଆଇ ତରଫରୁ ତାଙ୍କୁ କୌଣସି ବି ସମନ ପଠାଯାଇନି ।

ଆଜି ସକାଳେ ରିୟାଙ୍କ ଓକିଲଙ୍କ ତରଫରୁ ମିଡିଆକୁ ଏକ ସନ୍ଦେଶ ପଠାଯାଇଥିଲା ଯେଉଁଥିରେ କୁହାଯାଇଥିଲା କି ସିବିଆଇ ଏପର୍ଯ୍ୟନ୍ତ ରିୟା କିମ୍ବା ତାଙ୍କ ପରିବାରର କାହାକୁ ବି ପଚରାଉଚରା ପାଇଁ କୌଣସି ସମନ ପଠାଇନି । ଏବେ ପ୍ରଶ୍ନ ଆସୁଛି କି ଯଦି ସିବିଆଇ ରିୟାଙ୍କୁ ପଚରାଉଚରା କରୁଛି ତେବେ କି କି ପ୍ରଶ୍ନ ପଚାରିବ ?  ତେବେ ଯାଞ୍ଚରୁ ସାମ୍ନାକୁ ଆସିଛି କି ସିବିଆଇ ରିୟାଙ୍କୁ ନିମ୍ନଲିଖିତ ପ୍ରଶ୍ନ ପଚାରିପାରେ…

ଆପଣ କେବେ ଆଉ କାହିଁକି ଘର ଛାଡି ଯାଇଥିଲେ ?
ସୁଶାନ୍ତଙ୍କ ଆକାଉଣ୍ଟରୁ ପଇସା ଆପଣଙ୍କୁ ଟ୍ରାନ୍ସଫର ହୋଇଥିଲା ?
ଆପଣ ସୁଶାନ୍ତଙ୍କୁ ମେଡିସିନ୍ ଦେଉଥିଲେ ?
ଆପଣଙ୍କ ଡାକ୍ତର ଆଉ ସୁଶାନ୍ତଙ୍କ ମଧ୍ୟରେ କେଉଁ କଥା ହେଉଥିଲା ?
କଣ ସୁଶାନ୍ତ ଡିପ୍ରେସନରେ ଥିଲେ ?
ଆପଣ କୁପର ହସ୍ପିଟାଲ ଯାଇଥିଲେ ?
ଆପଣ ପୋଷ୍ଟମର୍ଟମ ହାଉସ ଯାଇଥିଲେ କି ?
ମହେଶ ଭଟ୍ଟଙ୍କୁ ଆପଣ କେଉଁ କେଉଁ ତଥ୍ୟ ସେୟାର କରୁଥିଲେ ?
ଆପଣ ସୁଶାନ୍ତଙ୍କ କୌଣସି ଷ୍ଟାଫଙ୍କୁ ବାହାର କରିଥିଲେ ?
ଆପଣଙ୍କ ପରିବାର ପାଇଁ ସୁଶାନ୍ତ କେବେ ପଇସା ଖର୍ଚ୍ଚ କରିଥିଲେ ?
ସୁଶାନ୍ତଙ୍କ ସହିତ ଆପଣଙ୍କ ସମ୍ପର୍କ କଣ ଥିଲା ?
ୱାଟର ଷ୍ଟୋନ୍ ରିସର୍ଟରେ ରହିବା ପାଇଁ ଆପଣ ପରାମର୍ଶ ଦେଇଥିଲେ କି ?

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ