ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସ୍‌ ପରେ ଟିଆରପି ସ୍କାମ ଘଟଣାର ତଦନ୍ତ କରିବ ସିବିଆଇ । ଏନେଇ ସିବିଆର ନିଜଆଡୁ ଏକ ମାମଲା ରୁଜୁ କରିଛି । ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ମଧ୍ୟ ଟିଆରପି ସ୍କାମର ଘଟଣା ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୭ରେ, ବିଜ୍ଞାପନ କମ୍ପାନୀ ଗୋଲଡେନ ରାବଟର ସିଇଓ କମଲ ଶର୍ମା ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ । ଏହା ପରେ ୟୁପି ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

ପୋଲିସ କମଲ ଶର୍ମାଙ୍କ ଅଭିଯୋଗ ମୁତାବକ ଅଜଣା ଲୋକ ବିରୋଦରେ ଅପରାଧିକ ଷଡଯନ୍ତ୍ର, ଆଇପିସିର ବିଭିନ୍ନ ବିଭାଗ ଅଧୀନରେ ଇଲୋକ୍ଟ୍ରୋନିକ ଉପକରଣ ବ୍ୟବହାର କରି ଟିଆରପି ଟ୍ୟାଣ୍ପରିଂ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅମୁସାରେ ଟିଆରପି ଅନୁଦାନକାରୀ ସଂସ୍ଥା BARC ଏବଂ କିଛି ଅଜ୍ଞାତ ବ୍ୟକ୍ତି ଟିଆରପିକୁ ଅଲଗା ବାଟରେ ନେଉଛନ୍ତି ।

ଏହା ଦ୍ବାରା ନିବେଶକ, ଗ୍ରାହକ ଏବଂ ବିଜ୍ଞାପନଦାତା କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ଅଭିଯୋଗ ପାଇବା ପରେ ଓ ମାମଲା ରୁଜୁ ହେବା ପରେ ଯୁପି ସରକାର ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ । ସିବିଆଇ ଏହି ଏଫଆଇଆର ଆଧାରରେ ଏକ ମାମଲା ରୁଜୁ କରିଛି । ଏହା ପୂର୍ବରୁ ଅକ୍ଟୋବର ୧୩ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୟୁପିର ମିର୍ଜାପୁର ଜିଲ୍ଲାରୁ ଟିଆରପି ସ୍କାମ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ।