ମୋଦିଙ୍କ ନିର୍ଦେଶ ପରେ ଆକ୍ସନରେ ସିବିଆଇ, ଦେଶର ୧୫୦ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୩୦।୮: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)  ସିବିଆଇ ପକ୍ଷରୁ ଆଜି ଏକକାଳୀନ ଭାବରେ  ଦେଶର ୧୫୦ଟି ସ୍ଥାନରେ କରାଯାଇଛି। ଦୁର୍ନୀତି ବିରୋଧରେ  ସ୍ୱତନ୍ତ୍ର ଅଭିଯାନ ଅନୁସାରେ ସିବିଆଇ ଏହି ଚଢଉ ଆରମ୍ଭ କରିଛି। ଚଢାଉ ହୋଇଥିବ ସ୍ଥାନ ଗୁଡିକ ମଧ୍ୟରେ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ବିଶେଷ କରି ରେଳବାଇ ଓ କୋଇଲା ବିଭାଗର ଏକାଧିକ ଅଫିସ ସିବିଆଇ ସ୍କାନରରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ସିବିଆଇର ପୃଥକ ପୃଥକ ଦଳ ଅଚାନକ ଏହି ସ୍ଥାନଗୁଡ଼ିକରେ ଚଢଉ କରିଥିଲେ। ଦେଶର ପ୍ରମୁଖ ସହର ଯେପରିକି ଦିଲ୍ଲୀ,ଜୟପୁର, ଯୋଦ୍ଧପୁର, ଗୌହାଟି, ଶ୍ରୀନଗର, ଶିଲଙ୍ଗ, ଚଣ୍ଡୀଗଡ,ଶିମଲା, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଳୁର, ଗୋଆ, ଭୋପାଳ, ପାଟାନ, ରାଞ୍ଚି, ଗାଜିଆବାଦ, ଡେରାଡୁନ୍, ଲକ୍ଷ୍ନୌ ସହିତ ଅନ୍ୟ ପ୍ରମୁଖ ସ୍ଥାନରେ ଏହି ଚଢାଉ ହୋଇଛି।

ଯେଉଁ ସବୁ ସରକାରୀ ଅଫିସରେ   ଲାଞ୍ଚ କାରବାର ସିବିଆଇ ଦୁର୍ନୀତି ଚାଲିଥିବା ନେଇ ଖବର ପାଇଥିଲା ସେହି ସବୁ ସ୍ଥାନ ଗୁଡିକରେ ସିବିଆଇ ପକ୍ଷରୁ ଏହି ଚଢାଉ ହୋଇଛି। ଏହି ଚଢାଉ ଦ୍ବାରା ଦୁର୍ନୀତିଖୋର ଅଫିସରଙ୍କ ଉପରେ ଲଗାମ ଲଗାଇ ହେବ ବୋଲି କୁହାଯାଉଛି।  ଦୁର୍ନୀତି ନେଇ ମିଳିଥିବା ସୂଚନା ଆଧାରରେ ସନ୍ଦିଗ୍ଧ ସ୍ଥାନଗୁଡ଼ିକ ଉପରେ ଏହି ଚଢଉ କରାଯାଇଥିଲା।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ