ରାଜଧାନୀ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ : ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ଘଟଣାକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ହେଲେ ଅଭିଯୁକ୍ତକୁ ଆଜିଯାଏ ଗିରଫ କରାଯାଇ ନାହିଁ । ଏ ଘଟଣାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ନଚେତ୍‌ ସିବିଆଇ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟର ଆଇନଜୀବୀ ଗୌତମ ସିଦ୍ଦିକ୍‌ ଏହି ମାମଲା ରୁଜୁ କରିଛନ୍ତି । ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ଇତିମଧ୍ୟରେ ଭୁବନେଶ୍ୱର ମହିଳା ଥାନା ଆଇଆଇସିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି ।

ପୀଡ଼ିତାଙ୍କର ସିଆର୍‌ପିସିର ଏବଂ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ କିଛି ପୁଲିସ ଅଧିକାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କିଛି ଅଧିକାରୀ ସଂପୃକ୍ତ ରହିଥିବା ଜଣାଯାଇଛି । ଏହି ସମସ୍ତ ଘଟଣା ସମ୍ବେଦନଶୀଳ ହୋଇଥିବାବେଳେ ଏହାର ରାଜନୀତିକରଣ ହେବାରେ ଲାଗିଛି ।

ଫଳରେ ପୁଲିସ କାହାକୁ ଗିରଫ କରିବ ସେନେଇ ଅଡୁଆରେ ପଡିଛି । ତେଣୁ ଏହି ଦୃଷ୍ଟିକୋଣରୁ ଓଡ଼ିଶା ପୁଲିସ ଦ୍ୱାରା ତଦନ୍ତରେ ସ୍ୱଚ୍ଛତା ବଜାୟ ରହିବନି ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏସଆଇଟି ଦ୍ୱାରା ଘଟଣାର ତଦନ୍ତ ପାଇଁ ଆବେଦନକାରୀ ଅଦାଲତରେ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ଆବେଦନକାରୀ ରାଜ୍ୟ ଗୃହ ସଚିବ, ସିବିଆଇର ନିର୍ଦ୍ଦେଶକ, ଭୁବନେଶ୍ୱର ମହିଳା ପୁଲିସ ଷ୍ଟେସନର ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


ନୂଆଖାଇ ଭେଟଘାଟ ବେଳେ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ୨ଗିରଫ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ