PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସୁଶାନ୍ତ ମୃତ୍ୟୁ ମାମଲା: ବିହାର ଡିଜିପି କହିଲେ- ସୁପ୍ରିମକୋର୍ଟଙ୍କ ରାୟ ସତ୍ୟର ବିଜୟ, ନୀତୀଶଙ୍କୁ ନେଇ ମନ୍ତବ୍ୟ ଦେବାକୁ ରିୟାଙ୍କ ଔକାତ ନାହିଁ

https://www.jansatta.com/

ନୂଆଦିଲ୍ଲୀ,୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ଏନେଇ ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ନେଇ ପୋଲିସ ମହାନିର୍ଦେଶକ(ଡିଜିପି) ଗୁପ୍ତେଶ୍ବର ପାଣ୍ହେ କହିଛନ୍ତି, ଏହା ସତ୍ୟର ବିଜୟ। ସେଭଳି ମୁଖ୍ୟମନ୍ତ୍ରୀ ନୀତିା କୁମାରଙ୍କ ଉପରେ ଟିପ୍ପଣୀ ଉପରେ ଡିଜିପି ରିୟା ଚକ୍ରବର୍ତ୍ତୀଙ୍କୁ ତାଙ୍କର ଔକାତ୍ ମନେପକାଇ ଦେଇଛନ୍ତି।

ଡିଜିପି ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି, ମୁଁ ବହୁତ ଖୁସି। ଏହା ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ। ଏହା ୧୩୦ କୋଟି ଲୋକଙ୍କର ବିଜୟ। ଏବେ ଲୋକଙ୍କ ଭିତରେ ଆଶା ରହିଛି ଯେ, ଏବେ ସୁଶାନ୍ତ ମାମଲାର ସତ୍ୟତା ସାମନାକୁ ଆସିବ। ଏହା ସାରା ଦେଶ ପାଇଁ ବହୁତ ବଡ ଖବର।

 ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ  କହିଛନ୍ତି ଡିଜିପି ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି, ଆମମାନଙ୍କ ଇଭରେ ଅଭିଯୋଗ ଆସୁଥିଲା, ଆମେ କାହିଁକି କେସ୍ କଲୁ। ଆମେ ତଦନ୍ତ କରାଇବାକୁ ଦେଇନଥିଲେ। ଆମେ ଆମର ଆଇପିଏସ୍ ଅଫିସରଙ୍କୁ ପଠାଇଲୁ, କିନ୍ତୁ ସେଠାରେ ତାଙ୍କୁ କଏଦୀ ଭଳି ରାତିରେ କ୍ବାରେଣ୍ଟାଇନ୍ କରି ରଖାଯାଇଥିଲା। ସେଥିରୁ ଲାଗିଥିଲା କିଛି ଗଡବଡ୍ ରହିଛି।

ଡିଜିପି କହିଛନ୍ତି, ଏହା ଖୁବ୍ ହାଇ ପ୍ରେଫାଇଲ୍ କେସ୍। ବହୁ ଲୋକଙ୍କର ମୁଖା ଖୋଲିଯିବାର ଭୟ ରହିଛି। ଏଭଳି ସମୟରେ ସିବିଆଇ ତଦନ୍ତ ବହୁତ କିଛି ସତ ବାହାର କରିକି ଆଣିବ। ସେଭଳି ରିୟା ଚକ୍ରବର୍ତ୍ତୀଙ୍କ ବୟାନବାଜିକୁ ନେଇ ଡିଜିପି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ କମେଣ୍ଯ କରିବାର ଔକାତ ରିୟାଙ୍କର ନାହିଁ। ଡିଜିପି ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି , ମୁଖ୍ୟମନ୍ତ୍ରୀ ନୀତୀଶ କୁମରଙ୍କ ସର୍ପୋଟ କାରଣରୁ ସୁଶାନ୍ତ ମାମଲାରେ ନ୍ୟାୟ ମିଳିବାର ଆଶା ରହିଛି ବୋଲି ଡିଜିପି ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର