PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କଲା କେନ୍ଦ୍ର

https://zeenews.india.com/

ମୁମ୍ବାଇ,୫।୮: ସୁଶାନ୍ତ ସିଂ ରାଜପୁତ ମାମଲାରେ ବିହାର ସରକାର ମଙ୍ଗଳବାର ସିବିଆଇ ଯାଞ୍ଚର ସୁପାରିଶ କେନ୍ଦ୍ରକୁ ପଠାଇଥିଲେ। ଏବେ  ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଛନ୍ତି ସେ ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇକୁ ଟ୍ରାନ୍ସଫର କରିଦେଇଛନ୍ତି। ଏବେ ଏହି କେସର ସିବିଆଇ ତଦନ୍ତ କରିବେ। ଉଲ୍ଲେଖନୀୟ ଯେ, ଦୀର୍ଘ ସମୟରୁ ସୋସିଆଲ ମିଡିଆରେ ଏହି ମାମଲାର ସିବିଆଇ ତଦନ୍ତ ଦାବି ହେଉଥିଲା।

କେନ୍ଦ୍ର ସରକାର ଓକିଲ ଏସଜି ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବା ନେଇ ବିହାର ସରକାରଙ୍କ ସୁପାରିଶକୁ ମାନିନେଇଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ମାମଲାର ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ ଓକିଲ ଶ୍ୟାମ ଦିଓ୍ବାନ କହିଛନ୍ତି, ଏସଜିଙ୍କ ପକ୍ଷରୁ ଯାହା କୁହାଯାଉଛି, ଏହା ସେହି ମାମଲା ନୁହେଁ, ଏଭଳି ସ୍ଥିତିରେ କୋର୍ଟ ରିୟାଙ୍କ ଆବେଦନ ଉପରେ ଦୃଷ୍ଟି ଦିଅନ୍ତୁ। ଶ୍ୟାମ ଦିଓ୍ବାନ(ରିୟାଙ୍କ ଓକିଲ) ସମସ୍ତ ମାମଲା ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଶ୍ୟାମ୍ ଦିଓ୍ବାନ କହିଛନ୍ତି, ଏଫଆଇଆର ଜରିଡିକ୍ସନ ଅନୁସାରେ ନାହିଁ। ଏଭଳି ସ୍ଥିତିରେ କୋର୍ଟ ପୁରା ମାମଲା ଉପରେ ରୋକ ଲଗାନ୍ତୁ।

ବିହାର ପୋଲିସ ମୁମ୍ବାଇ ପହଁଞ୍ଚି ନିଜେ ପଚରାଉଚରା କରିବା ଆରମ୍ଭ କରିଥିଲା। କିନ୍ତୁ ଏହା ବିହାର ପୋଲିସ ଜୁରିଡିକ୍ସନ ବା କ୍ଷେତ୍ରାଧିକାର ନୁହେଁ। ସେଭଳି ମୁମ୍ବାଇ ପୋଲିସ ପୂର୍ବରୁ ତଦନ୍ତ ଜାରି ରଖିଛି। ରିୟାଙ୍କ ଓକିଲ ଶ୍ୟାମ୍ ଦିଓ୍ବାନ କହିଛନ୍ତି, ବିହାରରେ ରୁଜୁ ହୋଇଥିବା ଏଫଆଇଆରକୁ ମୁମ୍ବାଇ ଟ୍ରାନ୍ସଫର କରାଯିବା ଦରକାର।  ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ୫୯ ଜଣଙ୍କର ବୟାନ ନେଇସାରିଛି। ଜଷ୍ଟିସ୍ ରିଷିକେଶ୍ ରାୟ କହିଛନ୍ତି ସୁଶାନ୍ତ ଖୁବ୍ ଟ୍ୟାଲେଣ୍ଟେଡ୍ ଓ ଉଦୀୟମାନ କଳାକାର ଥିଲେ। ତାଙ୍କର ଏଭଳି ରହସ୍ୟମୟ ଢଙ୍ଗ​‌ରେ ମୃତ୍ୟୁ ଖୁବ୍ ଆଶ୍ଚର୍ଯ୍ୟଜନକ। ଜଷ୍ଟିସ୍ ରିଷିକେଶ୍ ରାୟ କହିଛନ୍ତି ଏହା ନିଶ୍ଚିତ ତଦନ୍ତର ବିଷୟ ଅଟେ।

ଉଲ୍ଲେଖନୀୟ ଯେ, ଗତ ୧୪ ଜୁନରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ସୁଶାନ୍ତଙ୍କ ଫ୍ୟାନ୍ ଏବଂ ପରିବାର ଲୋକ ହତ୍ୟା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର