ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ବ୍ୟବସ୍ଥା; ପରୀକ୍ଷାରେ ବ୍ୟବହାର କରିପାରିବେ ଯବକାଚ, ଭିଡିଓ ମ୍ୟାଗ୍ନିଫାୟର୍ସ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ଦଶମ ବୋର୍ଡ ପରୀକ୍ଷାରେ ଜବକାଚ ଓ ଭିଡିଓ ମ୍ୟାଗ୍ନିଫାୟର୍ସ ବ୍ୟବହାର କରିପାରିବେ । ୨୦୨୦ ଦଶମ ବୋର୍ଡ ପରୀକ୍ଷାରୁ ଏହି ବ୍ୟବସ୍ଥା ଲାଗୁ ହେବ । ପରୀକ୍ଷାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଓ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ ସେସବକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ସାମାଜିକ ବିଜ୍ଞାନ ପ୍ରଶ୍ନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମଦୃଶ୍ୟ ଆଦାନ ପ୍ରଶ୍ନବଦଳରେ ଅଲଟ୍ରନେଟିଭ୍‌ ପ୍ରଶ୍ନପତ୍ର ଦିଆଯିବ । ତେବେ ୨୦୨୦ରୁ ଛାତ୍ରଛାତ୍ରୀମାନେ ବଡ ଫଣ୍ଟ୍‌ରେ ଲେଖାଥିବା ପ୍ରଶ୍ନପତ୍ର ବଦଳରେ ଜବକାଚ ଓ ଭିଡିଓ ମ୍ୟାଗ୍ନିଫାୟର୍ସ ବ୍ୟବହାର କରିବାକୁ ଅନୁମତ ମିଳିବ । ଅନ୍ୟପକ୍ଷରେ ୨୦୨୦ସୁଦ୍ଧା ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ସମସ୍ତ ବ୍ୟବସ୍ଥା କରିବା ଓ ହଷ୍ଟେଲ, ଲାବ୍ରୋଟୋରୀ, ଶୌଚାଳୟ, ଶ୍ରେଣୀ ଗୃହ ଆଦିକୁ ବ୍ୟାରିୟର ଫ୍ରି କରିବାକୁ ବୋର୍ଡ ପକ୍ଷରୁ ଏହା ଅନୁମୋଦିତ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବୋର୍ଡ ସବୁ ସ୍କୁଲ ଗୁଡ଼ିକ ସତର୍କ କରାଇଛନ୍ତି ଯେ, କୌଣସି ସ୍କୁଲ କର୍ତ୍ତୃପକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖାଇବାକୁ ମନାକରିପାରିବେ ନାହିଁ । ଯଦି କୌଣସି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାମଲେଖିବାକୁ ଆସନ୍ତି ତେବେ ସେମାନଙ୍କ ନାମ ଲେଖାଇବେ । ଏହା ସହ ସେମାନଙ୍କୁ ବିଦ୍ୟାଳୟରେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ଓ ପ୍ରଶିକ୍ଷିତ ଶିକ୍ଷକମାନଙ୍କୁ ସେମାନଙ୍କ ଦାୟିତ୍ୱ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ, ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଅନେକ ସୁବିଧା ସୁଯୋଗ ରହିଛି । ଦିବ୍ୟାଙ୍ଗ ଅଧିକାର ଆଇନ-୨୦୧୬ରେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା, ନାମଲେଖାରେ ଛାଡ଼ ଭଳି ସୁବିଧା ରହିଛି । କିନ୍ତୁ ଏସମ୍ପର୍କରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜ୍ଞାତ ନୁହଁନ୍ତି । ଫଳରେ ସେମାନେ ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଛାଡ଼ ଓ ରିହାତିରେ ଯାହାବି ପରିବର୍ତ୍ତନ ହେବ ତାହା ୨୦୨୦ ପରୀକ୍ଷାରୁ ଲାଗୁ ହେବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।

   ସମ୍ବନ୍ଧିତ ଖବର


ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି