ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର,୧୯/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସ୍‌ଇ)ର ସପ୍ଲିମେଣ୍ଟାରୀ  ପରୀକ୍ଷା ଜୁଲାଇ ୧୫ରୁ ଆରମ୍ଭ ହେବ । ଏନେଇ ସିବିଏସ୍‌ଇ ପକ୍ଷରୁ ଆସନ୍ତା ସପ୍ତାହରେ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯିବ । 

ସୂଚନାଯୋଗ୍ୟ,  ଗତ ସୋମବାର ସିବିଏସ୍‌ଇ ଦଶମ  ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ  ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍‌  ହୋଇଥିବା ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ସେମାନଙ୍କୁ  ସୁଯୋଗ ମିଳିବ। ତେବେ ଜୁଲାଇ୧୫ରୁ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ରହିଛି । ଏ ସଂପର୍କିତ ସମସ୍ତ ବିବରଣୀ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ଚଳିତବର୍ଷ ଦଶମରେ ୯୩.୬୦  ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ  ୮୭.୯୮ ପ୍ରତିଶତ ରେଜଲ୍ଟ ହୋଇଛି ।  

ଦଶମରେ ୧ ଲକ୍ଷ ୩୨ ହଜାର ଏବଂ  ଦ୍ୱାଦଶରେ ୧ ଲକ୍ଷ ୨୨ ହଜାରରୁ ଅଧିକ ପିଲା କମ୍ପାଟମେଣ୍ଟ ତଥା ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଯେଉଁମାନେ ଗୋଟିଏ କିମ୍ବା ୨ଟି  ବିଷୟରେ ଫେଲ ହୋଇଛନ୍ତି । ଏହି ପରୀକ୍ଷା ଦେବା ପାଇଁ ସିବିଏସ୍‌ଇ ୱେବ୍‌ସାଇଟ୍‌ cbse.gov.in ରେ ସମସ୍ତ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.