ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ, ପାସ୍ ହାର ୮୩.୪%

ଭୁବନେଶ୍ବର ୨।୫: ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ ଦେଖିବା ପାଇଁ ଏହି ଓ୍ବେବସାଇଟ୍ (ସିବିଏସ୍ଇରେଜଲ୍ଟସ୍. ଏନ୍ଆଇସି. ଇନ୍ ଏବଂ ରେଜଲ୍ଟସ୍.ଏନ୍ଆଇସି.ଇନ୍) କୁ ଯାଇ ଦେଖିପାରିବେ।ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସ୍ଏମ୍ଏସ୍ କରି ମଧ୍ୟ ଏସ୍ଏମ୍ଏସ୍ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ।

ଚଳିତବର୍ଷ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇଥିବା ଜାରିବାକୁ ମିଳିଛି। ପ୍ରଥମ ସ୍ଥାନରେ ରହିଛନ୍ତି ଦୁଇଜଣ ଛାତ୍ରୀ। ଗାଜିଆବାଦ ମିରଟର ହଂସିକା ଶୁକ୍ଲା, ଉତ୍ତରପ୍ରଦେଶର ମୁଜାଫରନଗରର କରିସ୍ମା ଆରୋରା ପ୍ରଥମ ସ୍ଥାନରେ ରହିଥିବା ସହ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଟପର ହୋଇଛନ୍ତି।

ଗତ ବର୍ଷ ୨୦୧୮ରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ୨୬ ମେରେ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ ତା ଅପେକ୍ଷା ଜଲଦୀ ବାହାରିଛି ବୋଲି ବୋର୍ଡ କତ୍ତୃର୍ର୍ପକ୍ଷ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ