ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଆଇସିସି ଦିନିକିଆ ମାନ୍ୟତା: ବ୍ୟାଟିଂରେ ବିରାଟ-ରୋହିତ ଆଗରେ, ବୋଲିଂରେ ବୋଲ୍ଟ-ବୁମରା

ଦୁବାଇ, ୧୭/ ୦୯: ଗୁରୁବାର ପ୍ରକାଶ ପାଇଛି ଆଇସିସି ଦିନିକିଆ ମାନ୍ୟତା ତାଲିକା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପରେ ଆଇସିସି ପ୍ରକାଶ କରିଛି ଦିନିକିଆ ମାନ୍ୟତା। ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ଦିନିକିଆ ବ୍ୟାଟସ୍‌ମ୍ୟାନ୍‌ ହୋଇଥିବା ବେଳେ ୨ୟରେ ଭାତତର ରୋହିତ ଶର୍ମା ଅଛନ୍ତି। ବିରାଟ କୋହଲି ୮୭୧ ପଏଣ୍ଟ ପାଇଥିବା ବେଳେ ରୋହିତ ଶର୍ମା ୮୫୫ ପଏଣ୍ଟ ପାଇଛନ୍ତି। ସେହିପରି ୮୨୯ ପଏଣ୍ଟ ସହ ପାକିସ୍ତାନର ବାବର ଆଜାମ ୩ୟରେ, ନ୍ୟଜିଲାଣ୍ଡର ରସ୍‌ ଟେଲର ୮୧୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଥିବାବେଳେ ସାଉଥ ଆଫ୍ରିକାର ଫାପ୍‌ ଡୁ ପ୍ଲେସିସ୍‌ ୭୯୦ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ୭୬୫ ପଏଣ୍ଟ ସହ କେନ୍‌ ଉଇଲମସନ୍‌ ୬ଷ୍ଠ, ଆରୋନ୍‌ ଫିଞ୍ଚ ୭୬୨ ପଏଣ୍ଟ ସହ ୭ମ, ୭୫୯ ପଏଣ୍ଟ ସହ ଡେଭିଡ ଓ୍ବାର୍ନର ନବମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜରେ ଦମଦାର ଖେଳ ପ୍ରଦର୍ଶନ କରିବଥିବା ଜନି ବେୟାରଷ୍ଟୋ ୧୦ମ ସ୍ଥାନରେ ଅଛନ୍ତି।

wp:core-embed/twitter {"url":"https://twitter.com/ICC/status/1306506937517985792","type":"rich","providerNameSlug":"twitter","className":""}
https://twitter.com/ICC/status/1306506937517985792
/wp:core-embed/twitter

ସେହିପରି ସଦ୍ୟ ପ୍ରକାଶିତ ଦିନିକିଆ ଆଇସିସି ମାନ୍ୟତାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୨୨ ପଏଣ୍ଟ ସହ ଶ୍ରେଷ୍ଠ ବୋଲର ହୋଇଛନ୍ତି। ୭୧୯ ପଏଣ୍ଟ ସହ ଭାରତର ଜଶପ୍ରୀତ୍‌ ବୁମରା ୨ୟ ସ୍ଥାନରେ ଅଚନ୍ତି। ତାଙ୍କ ପଛକୁ ୭୦୧ ପଏଣ୍ଟ ସହ ଆଫଗାନିସ୍ତାନର ମୁଜିବ ଉର ରହମାନ ୩ୟ ସ୍ଥାନରେ ଅଛନ୍ତି। ସେହିପରି ୬୭୫ ପଏଣ୍ଟ ସହ ଇଂଲଣ୍ଡର କ୍ରିସ୍‌ ଓ୍ବକ୍ସ ୪ର୍ଥ, ୬୬୫ ପଏଣ୍ଟ ସହ ସାଉଥ ଆଫ୍ରିକାର କାଜିସୋ ରବାଡା ୫ମ ସ୍ଥାନରେ ଅଛନ୍ତି। ପ୍ୟାଟ୍‌ କମିନ୍ସ, ମହମ୍ମଦ ଆମିର, ଜୋଶ ହେଡଲଉଡ, ମ୍ୟାଟ୍‌ ହେନରି, ମିଚେଲ ଷ୍ଟାର୍କ ଓ ଜୋଫ୍ରା ଆର୍ଚର ଯଥାକ୍ରମେ ୬ରୁ ୧୦ମ ସ୍ଥାନରେ ଅଚନ୍ତି। ସୂଚନାଥାଉକି ୬୩୭ ପଏଣ୍ଟ ସହ ମିଚେଲ ଷ୍ଟାର୍କ ଓ ଜେଫ୍ରା ଆର୍ଚର ମିଳିତ ଭାବେ ୧୦ମ ସ୍ଥାନରେ ଅଛନ୍ତି।

wp:core-embed/twitter {"url":"https://twitter.com/ICC/status/1306509454393987072","type":"rich","providerNameSlug":"twitter","className":""}
https://twitter.com/ICC/status/1306509454393987072
/wp:core-embed/twitter

ସେହିପରି ଅଲରାଉଣ୍ଡର ତାଲିକାରେ ମହମ୍ମଦ ନାବି ଶ୍ରେଷ୍ଠ ଅଲରାଉଣ୍ଡର ହୋଇଥିବା ବେଳେ ୨ୟରେ ଇଂଲଣ୍ଡର କ୍ରିସ୍‌ ଓ୍କକ୍ସ ୨ୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ଅଲ ରାଉଣ୍ଡର ତାଲିକାରେ ଏକମାତ୍ର ଭାରତୀୟ ଭାବେ ରବିନ୍ଦ୍ର ଜାଡେଜା ଅଛନ୍ତି।

wp:core-embed/twitter {"url":"https://twitter.com/ICC/status/1306510714350317569","type":"rich","providerNameSlug":"twitter","className":""}
https://twitter.com/ICC/status/1306510714350317569
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.