ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ଝାରସୁଗୁଡା ୨୯/୧୦: ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରୁ ଏମାନେ ସ୍କୁଟି ଚୋରି ଦେଇନଥିଲା। ବାଇକ୍ ଚୋରି କରୁଥିବା ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା। ଆଉ ସେମାନଙ୍କୁ ଚୋରି ଧରାପଡିବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ କାବୁ କରିପାରିଥିଲା।

ଗତ ୨୬ ତାରିଖ ଝାରସୁଗୁଡା ମାରଓ୍ବାଡ଼ିପଡ଼ାସ୍ଥିତ ପୋଷ୍ଟ ଅଫିସ ଗଳିରେ ଅପରାହ୍ନ ୧:୩୦ ମିନିଟ ସମୟରେ ଦୁବୃର୍ତ୍ତମାନେ ଆସି ଏକ ସ୍କୁଟି ଚୋରି କରିନେଇଥିଲେ। ସାମ୍ନ ଘରେ ସିସିଟିଭି କ୍ୟାମେରାରେ ଏହା ରେକର୍ଡ ହୋଇଥିଲା। ଗାଡିମାଲିକ ଏହା ଅଭିଯୋଗ କରିବା ସହିତ ସିସିଟିଭି ଫୁଟେଜ ଦେଖିବା ପରେ ପୁଲିସ ଜଣେ ଗାଡ଼ି କିଣିଥିବା ଲୋକ ସମେତ ୫ ଜଣଙ୍କୁ ଗିରଫ କରିଛି। ବାଇକ୍ ଚୋରି କରିଥିବା ଅଭିଯୁକ୍ତମାନେ ହେଲେ ପାହାଡ଼ି ମନ୍ଦିରର ମଙ୍ଗଳ ଜୟପୁରିଆ, ବୁରୋମାଲର କୃଷ୍ଣ କୁମ୍ଭାର, ବେଲପାହାଡ଼ ଜିତୁ କର୍ତ୍ତା ଓ ଦପୁପଡ଼ାର ସୋନୁ କୁମ୍ଭାର। ସେମାନଙ୍କ ଠାରୁ ୭ଟି ଚୋରି ବାଇକ ସମେତ ମୋବାଇଲ ଫୋନ ଜବତ କରିଛି ପୁଲିସ।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା