PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଦେଶର ପ୍ରଥମ CDS ଦାୟିତ୍ୱ ନେଲେ ବିପିନ୍ ରାଓ୍ୱତ୍

ନୂଆଦିଲ୍ଲୀ ୧।୧:ନୂଆ ବର୍ଷରେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ୍ ବିପିନ୍ ରାଓ୍ବତ୍ । ଗତକାଲି ସେ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ। ବିପିନ ରାଓ୍ୱତ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସିଡିଏସ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମେଜର ଜେନେରାଲ ବିପିନ ରାଓ୍ୱତ ୪ଟି ଷ୍ଟାର ଲଗାଇବାର ପ୍ରଥମ ଅଧିକାରୀ ହୋଇଛନ୍ତି। ବିପିନ ରାଓ୍ୱତଙ୍କ ଅଧିନରେ ସ୍ଥଳ ସେନା, ବାୟୁ ସେନା, ନୌସେନା ରହିବ।

ନିକଟରେ କେନ୍ଦ୍ର ସରକାର ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବଢାଇଛନ୍ତି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ ବର୍ତ୍ତମାନ ସିଡିଏସ୍ ଙ୍କ ଅବସର ବୟସ ୬୫ ବର୍ଷ ହୋଇଯାଇଛି । ତିନି ସେନା ସହ ଜଡିତ ଥିବା ମାମଲାରେ ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା କାମ କରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ରକ୍ଷାମନ୍ତ୍ରୀଙ୍କ ପ୍ରଧାନ ସେନା ପରାମର୍ଶଦାତା ହେବେ ସିଡିଏସ୍ । ସେନା ଅପରେସନ୍ ସମୟରେ ୩ ସେନା ସହ ଖାପଖୁଆଇ ବିଚାର ବିମର୍ଶ କରିବା କାମ କରିବେ ସିଡିଏସ୍ ।

ତାଙ୍କ ବିରୋଧରେ ବିରୋଧୀ ରାଜନୀତିକ ମନ୍ତବ୍ୟ ରଖୁଥିବା ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଏହି ଅବସରରେ ଖଣ୍ଡନ କରିଛନ୍ତି। ସେ କୌଣସି ରାଜନୀତିକ ଦଳ ଦ୍ୱାରା ପରିଚାଳିତ ନୁହେଁ। ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ପରିଚାଳିତ ବୋଲି ଜେନେରାଲ ବିପିନି ରାଓ୍ୱତ କହିଛନ୍ତି।

ସମ୍ବନ୍ଧିତ ଖବର