ଚାଇନିଜ୍ କମ୍ପାନୀ ସହିତ କଣ୍ଟ୍ରାକ୍ଟ ଭାଙ୍ଗିବେ କି ସେଲିବ୍ରିଟି ?

ନୂଆଦିଲ୍ଲୀ ୨/୭: ଚୀନ୍ ଓ ଚାଇନିଜ୍ ସାମଗ୍ରୀ ବହିଷ୍କାର ନେଇ ସାରା ଦେଶରେ ଜୋର-ସୋରରେ ନାରା ଚାଲିଛି । ଏଭଳି କ୍ଷେତ୍ରରେ ଅନେକ ପ୍ରମୁଖ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିବା ସେଲିବ୍ରିଟି କଣ ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ବଡ ବଡ ଫିଲ୍ମ ଷ୍ଟାର ଓ କ୍ରିକେଟର ଏହି କମ୍ପାନୀମାନଙ୍କର ପ୍ରଚାର କରୁଛନ୍ତି । ଅଧିକାଂଶ କମ୍ପାନୀ ସ୍ମାର୍ଟଫୋନ୍ ଓ ଫିନଟେକ୍ କ୍ଷେତ୍ରରେ ଯୋଡି ହୋଇଛନ୍ତି । ତେବେ ବର୍ତ୍ତମାନ ସବୁ ସେଲିବ୍ରିଟିଙ୍କୁ ତାଙ୍କ ବ୍ରାଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀମାନେ ପରାମର୍ଶ ଦେଇଛନ୍ତି କି ଏହି କମ୍ପାନୀମାନଙ୍କ ଉତ୍ପାଦନକୁ ଯେତେ ସମ୍ଭବ କମ୍ ପ୍ରଚାର ପ୍ରସାର କରନ୍ତୁ ।

ଚାଇନିଜ୍ ସାମଗ୍ରୀ ବହିଷ୍କାର ନାମରେ କୌଣସି ବି ସେଲିବ୍ରିଟି କମ୍ପାନୀଗୁଡିକ ସହିତ କରାଯାଇଥିବା କଣ୍ଟ୍ରାକ୍ଟ ଭାଙ୍ଗି ପାରିବେନି । ତେବେ ସେମାନେ Force Majeureକୁ ଢାଲ କରି ନିଜ କଣ୍ଟ୍ରାକ୍ଟ ରଦ୍ଦ କରିପାରିବେ । ଏହି କ୍ଲାଉଜ୍ ପ୍ରତି କଣ୍ଟ୍ରାକ୍ଟରେ ଥାଏ । ଏହି କ୍ଲାଉଡ୍ ବ୍ୟବହାର ସେତେବେଳେ କରାଯାଏ ଯେତେବେଳେ କୌଣସି ଯୁଦ୍ଧ, ଦଙ୍ଗା, ମହାମାରୀ କିମ୍ବା ଏମିତି କୌଣସି ଘଟଣା ଘଟେ । ଏହି କ୍ଲାଉଜ୍ ମାଧ୍ୟମରେ ସେଲିବ୍ରିଟିମାନେ ଚାଇନିଜ୍ କମ୍ପାନୀ ସହିତ ନିଜ କଣ୍ଟ୍ରାକ୍ଟ ସମାପ୍ତ କରିପାରିବେ । ଅବଶ୍ୟ ଏହା ପରେ ତାଙ୍କ ବଳକା ଫିସ୍ ମଧ୍ୟ କମ୍ପାନୀକୁ ଫେରାଇବାକୁ ପଡିବ ।   

ଏହି ଷ୍ଚାର୍ସମାନେ ଏବେ ଅଛନ୍ତି ଚାଇନିଜ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର
ରଣବୀର କପୁର, ଦୀପିକା ପାଦୁକୋନ୍, ଆମିର ଖାନ୍, କ୍ୟାଟ୍ରିନା କୈଫ, ରଣବୀର ସିଂହ ଓ ବିରାଟ କୋହଲି ଭଳି ଷ୍ଟାର୍ସ ଚାଇନିଜ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ଦୀପିକା ଓ ରଣବୀର କପୁର ଓପୋର ପ୍ରଚାର କରନ୍ତି । ଆମିର ଖାନ୍ ଭିଭୋର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । କ୍ୟାଟ୍ରିନା କୈଫ MI ଓ ରଣବୀର ସିଂହ ରେଡମିର ପ୍ରଚାର କରନ୍ତି । ବିରାଟ କୋହଲି iQooକୁ ପ୍ରମୋଟ କରନ୍ତି । ସେଲିବ୍ରିଟି ଏବେ ବି ମାହୋଲ ଦେଖୁଛନ୍ତି । ସୋମବାର ସରକାରଙ୍କ ଦ୍ୱାରା ୫୯ ଆପ୍ସ ଉପରେ ବ୍ୟାନ୍ ଲଗାଇବା ପରେ ଏବେ ସେଲିବ୍ରିଟିମାନେ ଚାଇନିଜ୍ କମ୍ପାନୀ ସହିତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଉପରେ କମ୍ କଥା ହେଉଛନ୍ତି ।

   ସମ୍ବନ୍ଧିତ ଖବର


କାଲିଫର୍ଣ୍ଣିଆ ଷ୍ଟେଟ୍‌ ଆସେମ୍ୱଲିରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

୪ଥର ବିବାହ କରିସାରିଛନ୍ତି ଏହି ସିଙ୍ଗର – ୧୫୫ କିଲୋ ଓଜନ କମାଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ

‘ପିପ୍ପା’ରେ ଆସିବେ ଅଭିନେତା ଇଶାନ୍‌ ଖଟ୍ଟର

ସୁଶାନ୍ତ ସିଂ ମାମଲାରେ ମୁହଁ ଖୋଲିଲେ ଅନୁପମ୍ ଖେର୍, ମହେଶ ଭଟ୍ଟଙ୍କୁ କହିଲେ, ‘ମୁଁ ଅନ୍ଧ ନୁହେଁ, କିନ୍ତୁ…’

ଅକ୍ଷୟ କୁମାରଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ…ସ୍ୱାଧୀନତା ଦିବସରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇ ସୁନ୍ଦର ବାର୍ତ୍ତା ଦେଲେ ସେଲିବ୍ରିଟି

ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତାଙ୍କ ‘ମାସାବା ମାସାବା’ର ଟ୍ରେଲର ଜାରି