ମିଠା ଏକ୍ସପାଏରୀ ତାରିଖ ପ୍ରଦର୍ଶନ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ମିଠା ବ୍ୟବସାୟୀଙ୍କ ବିରୋଧ

ଭୁବନେଶ୍ୱର,୩୦।୯ : କେନ୍ଦ୍ର ସରକାରଙ୍କ ଦ୍ୱାରା ମିଠା ଦୋକାନୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ମିଠା ଦୋକାନୀମାନେ ମିଠା କେବେ ପ୍ରସ୍ତୁତ ହୋଇଥିଲା ଓ ତାହାର ଶେଷ ତାରିଖ କେତେଦିନ ରହିଛି ତାହା ପ୍ରଦର୍ଶନ କରିବାକୁ କୁହାଯାଇଥିଲା । କିନ୍ତୁ ଏହି ନିର୍ଦ୍ଦେଶନାମା ଦ୍ୱାରା ମିଠା ଦୋକାନୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି । ଏନେଇ ଆୟୋଜିତ ଏକ ସଭାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିବା ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଓଡ଼ିଶା ସଭାପତି ବିମ୍ବାଧର ବେହେରା କହିଛନ୍ତି ।

ସଭାରେ ମିଠା ଦେକାନୀମାନେ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ମିଠା ବ୍ୟବସାୟ କ୍ଷେତ୍ରଟି ଅସଂଗଠିତ ବିଭାଗ । ଏଣୁ ପୁରପଲ୍ଲୀ ସହିତ ସମଗ୍ର ମିଠା ବ୍ୟବସାୟୀ ଭାଇମାନେ ଏହାକୁ କାର୍ଯ୍ୟକାରୀ କରାଇବା ଅସମ୍ଭବ । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ରାଜସ୍ଥାନ ତଥା ଅନ୍ୟ ରାଜ୍ୟର ମିଠା ବ୍ୟବସାୟୀ ସଂଘ ଏହାକୁ କାର୍ଯ୍ୟକାରୀ ସପକ୍ଷରେ ନାହାନ୍ତି । ଏଣୁ ଆମ ରାଜ୍ୟ ଉତ୍କଳ ବ୍ୟବସାୟ ସମିତି ବି ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ସପକ୍ଷରେ ନାହିଁ ବୋଲି ଏଥିରେ କୁହାଯାଇଥିଲା । ସଭାରେ ସମ୍ପାଦକ ସୁଜିତ କୁମାର ପୋଦାର, ମୁଖ୍ୟ ପରାମର୍ଶଦାତା ପ୍ରଶାନ୍ତ କୁମାର କର, କୋଷାଧ୍ୟକ୍ଷ କୌଶଲ ଶର୍ମା, ଶିଶିର ମିଶ୍ର, ପ୍ରମୋଦ ପୃଷ୍ଟି, କ୍ରିଷ୍ଣା ଭାଇ ତଥା ପାହାଳ ମିଠା ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ

ରାଲିରେ ଏନଡିଏକୁ ରାହୁଲଙ୍କ ଟାର୍ଗେଟ, କହିଲେ- ପୁଣିଥରେ ମୋଦି-ନୀତୀଶ ଆସିଲେ ପକୁଡି ଖୁଆଇ ଦେବ…

ଯୌନକର୍ମୀଙ୍କୁ ରାସନ୍ ନଦେବା ନେଇ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଭୋଡାଫୋନ୍‌ ଆଇଡିଆ, ନାସ୍‌କମ୍‌ ଫାଉଣ୍ଡେସନ ପକ୍ଷରୁ ‘ମାଇଁଅମ୍ୱର’ ଆପ୍‌