PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଏନଆରସି ଓ ସିଏଏ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, ଏହି ମସିହା ପୂର୍ବରୁ ଜନ୍ମଗ୍ରହଣ କରିଥିବା ଲୋକେ ଭାରତୀୟ ନାଗରିକ: ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୧୨; ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତେଜନା ଜାରି ରହିଛି। କେବଳ ସିଏଏ ନୁହେଁ ପୂର୍ବରୁ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ନେଇ ମଧ୍ୟ ଥମିନି ବିବାଦ। ଏବେ ଏନଆରସି ସମ୍ପର୍କରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ସୂଚନା। ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତରେ ୧ ଜୁଲାଇ, ୧୯୮୭ ପୂର୍ବରୁ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି କିମ୍ବା ତାଙ୍କର ବାପା-ମା ଜନ୍ମଗ୍ରହଣ କରିଛନ୍ତି ସେମାନେ ସମସ୍ତେ ଆଇନ ଅନୁସାରେ ଭାରତୀୟ ନାଗରିକ। ସେମାନଙ୍କୁ ନାଗରିକ ସଂଶୋଧନ ବିଲ୍ କିମ୍ବା ଏନଆରସି ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ।

ଏ ସମ୍ପର୍କରେ ଗୃହମନ୍ତ୍ରଣାଳୟ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି, ନାଗରିକତା ଆଇନ ୨୦୦୪ରେ ହୋଇଥିବା ସଂଶୋଧନ ଅନୁସାରେ(ଆସାମକୁ ଛାଡି) ଯେଉଁମାନେ ୧୯୮୭ ପୂର୍ବରୁ ଜନ୍ମ ହୋଇଥିବେ କିମ୍ବା ତାଙ୍କ ବାପା-ମା ଜନ୍ମ ଗ୍ରହଣ କରିଥିଲେ ସେମାନେ ଭାରତୀୟ ନାଗରିକ। ଆସାମରେ ଭାରତୀୟ ନାଗରିକ ଭାବରେ ପରିଚୟ ପାଇଁ କଟଆଉଟ୍ ଡେଟ୍ ୧୯୭୧ ରହିଛି।

ମନ୍ତ୍ରଣାଳୟର ସୂଚନା ଅନୁସାରେ, କୌଣସି ଭାରତୀୟ ନାଗରିକ ଯେଉଁମାନଙ୍କ ବାପା-ମା କିମ୍ବା ଜେଜେବାପା- ଜେଜେ ମା ୧୯୭୧ ମସିହା ପୂର୍ବରୁ ଜନ୍ମ ପ୍ରମାଣପତ୍ର ଭଳି କାଗଜପତ୍ର କିମ୍ବା ବଂଶାବଳୀ ଦେଖାଇ ନାଗରିକତା ପ୍ରମାଣ କରିବାକୁ କୁହାଯିବ ନାହିଁ। ମନ୍ତ୍ରଣାଳୟର ମୁଖପାତ୍ର ଟ୍ବିଟ୍ କରିଛନ୍ତି ଯେ,   ଜନ୍ମତିଥି କିମ୍ବା ଜନ୍ମସ୍ଥାନ ସମ୍ପର୍କିତ କାଗଜପତ୍ର ଦେଇ ନାଗରିକତା ପ୍ରମାଣ କରିପାରିବେ।