ଆର୍ୟୁବେଦିକ୍ ଡାକ୍ତର ଏବେ କରିପାରିବେ ସର୍ଜରୀ, କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୧୧:ଡାକ୍ତରଙ୍କୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ଆର୍ୟୁବେଦର ଡିଗ୍ରୀ ପ୍ରାପ୍ତ ଡାକ୍ତର ଏବେ ଜେନେରାଲ ଓ ଅର୍ଥପେଡିକ୍ ସର୍ଜରୀ ମଧ୍ୟ କରିପାରିବେ। ଭାରତୀୟ ଚିକିତ୍ସା କେନ୍ଦ୍ର ପରିଷଦ (Central Council of Indian Medicine) ର ସୂଚନା ଅନୁସାରେ ସରକାରଙ୍କ ନିକଟରୁ ସବୁଜ ସଙ୍କେତ ମିଳିବା ପରେ ପିଜି ଷ୍ଟୁଡେଣ୍ଟଙ୍କୁ ସର୍ଜରୀ ସମ୍ପର୍କରେ ଗହନ ସୂଚନା ଦିଆଯିବ।

ଉଲ୍ଲେଖନୀୟ ଯେ, ଆର୍ୟୁବେଦର ଷ୍ଟୁଡେଣ୍ଟଙ୍କୁ ଏବେ ସର୍ଜରୀ ସମ୍ପର୍କରେ ପଢାଯାଉଥିଲା, କିନ୍ତୁ ସେମାନେ ସର୍ଜରୀ କରିପାରିବେ କି ନାହିଁ ତା ବିଷୟରେ କୌଣସି ସ୍ପଷ୍ଟ ଗାଇଡଲାଇନ୍ ନଥିଲା। ସରକାରଙ୍କ ପକ୍ଷରୁ ଜାରି ନୋଟିଫିକେସନ୍ ପରେ ଏବେ ଆର୍ୟୁବେଦ ଡାକ୍ତର ମଧ୍ୟ ସର୍ଜରୀ କରିପାରିବେ। ସରକାରଙ୍କ ନୋଟିଫିକେସନ୍ ଅନୁସାରେ, ଆର୍ୟୁବେଦରେ ପିଜିର ଛାତ୍ରଙ୍କୁ ଆଖି, ନାକ, କାନ, ଗଳା ସହିତ ଜେନେରାଲ ସର୍ଜରୀ କରିବାକୁ ବିଶେଷ ଭାବରେ ପ୍ରଶିକ୍ଷଣ ଦିଆଯିବ।

ସରକାରଙ୍କ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ, ଏହି ଛାତ୍ରଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ ହଟାଇବା, ଅଲସର ଓ ପେଟ ସମ୍ପର୍କୀତ ବାହ୍ୟ ଉପାଦାନଗୁଡିକ ବାହାର କରିବା ଭଳି ସର୍ଜରୀ କରିବାର ଅଧିକାର ମିଳିବ। ଆର୍ୟୁବେଦର ପୂର୍ବତନ ପରାମର୍ଶଦାତା ଡକ୍ଟର ଏସକେ ଶର୍ମା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରି ଏହାକୁ ମାଇଲଷ୍ଟୋନ୍ ବୋଲି କହିଛନ୍ତି। ସେ କହିଛନ୍ତି ଦେଶରେ ବର୍ତ୍ତମାନ ସର୍ଜନଙ୍କ ଅଭାବ ରହିଥିବା ବେଳେ  ସରକାରଙ୍କ ଏହି ନିଷ୍ପତ୍ତି ଅଭାବନକୁ ପୂରର କରିବ। ଏହା ସହିତ ବହୁ ଦୂରରୁ ଆସୁଥିବା ରୋଗୀଙ୍କୁ ସହର ଆସିବାର ଦରକାର ପଡିବ ନାହିଁ,ସେମାନେ ନିଜ ଅଞ୍ଚଳରେ ଉଚ୍ଚସ୍ତରର ଚିକିତ୍ସା କରିପାରିବେ।

   ସମ୍ବନ୍ଧିତ ଖବର


କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

ଏଠି ପ୍ରତିବର୍ଷ କୁକୁର ଓ ବିଲେଇ କରନ୍ତି Blood Donation, ବଞ୍ଚୁଛି ଅନେକ ଜୀବନ…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା