PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସିଡିଏସ ନିଯୁକ୍ତି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି: ଜେନେରାଲ ରାୱତ ପ୍ରଥମ ସିଡିଏସ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୨୫/୧୨: ଭାରତ ସରକାର ମଙ୍ଗଳବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ସରକାର ସେନାବାହିନୀ ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ ଅଥବା ସେନାବାହିନୀର ତିନୋଟି ଯାକ ଅଙ୍ଗର ପ୍ରତିନିଧିତ୍ୱ ଓ ପରିଚାଳନା କରୁଥିବା ଅଧିକାରୀ) ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି । ତା’ ସହିତ ସିଡିଏସ ଭାବେ ନିଯୁକ୍ତି ପାଉଥିବା ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବ, ସେସମ୍ପର୍କିତ ଦିଶାନିର୍ଦ୍ଦେଶକୁ ବି ମଂଜୁରି ଦିଆଯାଇଛି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜଣେ ଫୋର ଷ୍ଟାର ଜେନେରାଲ ର‌୍ୟାଙ୍କର ଅଧିକାରୀଙ୍କୁ ଏହି ପଦବିରେ ନିଯୁକ୍ତ କରାଯିବ। ସେ ସେନାବାହିନୀର ତିନୋଟି ଯାକ ଅଙ୍ଗର ମୁଖ୍ୟଙ୍କ ଭଳି ସମାନ ଦରମା ଏବଂ ଅନ୍ୟାନ୍ୟ ସୁବିଧା ପାଇବେ। ସେ ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ପାଇଁ ଏକକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସହିତ ସେନାବାହିନୀର ତିନୋଟି ଯାକ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି କରିବା ପାଇଁ ଉଦ୍ୟମ କରିବେ। ସେ ସେନାବାହିନୀର ଚିଫସ ଅଫ ଷ୍ଟାଫ କମିଟିର ସ୍ଥାୟୀ ମୁଖ୍ୟ ହେବେ।ସାଇବର ଏବଂ ମହାକାଶ ଯୁଦ୍ଧ ପାଇଁ ଗଠିତ କମାଣ୍ଡ ତାଙ୍କ ଅଧୀନରେ କାର୍ଯ୍ୟ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ‘ସାମରିକ ବ୍ୟାପାର’ ବିଭାଗ ନାମରେ ଗଠିତ ହେବାକୁ ଯାଉଥିବା ଏକ ନୂତନ ବିଭାଗର ସେ ମୁଖ୍ୟ ହେବେ। ଏହି ବିଭାଗରେ ଉଭୟ ସାମରିକ ଓ ବେସାମରିକ କର୍ମଚାରୀ କାର୍ଯ୍ୟ କରିବେ। ଏହି ପଦବି ସୃଷ୍ଟି ହେବା ପରେ ସେନାବାହିନୀରେ ଥିଏଟର କମାଣ୍ଡ୍‌ ଗଠନ ପାଇଁ ପଥ ପ୍ରଶସ୍ତ ହେବ। ସିଡିଏସ ପଦବିରେ ଯେଉଁ ଅଧିକାରୀ ନିଯୁକ୍ତି ପାଇବେ, ସେ ତା’ ପରେ କୌଣସି ପ୍ରକାର ସରକାରୀ ପଦବିରେ ଅବସ୍ଥାପିତ ହୋଇପାରିବେ ନାହିଁ । ସେହିପରି ସିଡିଏସ ପଦବି ଛାଡ଼ିବାର ୫ ବର୍ଷ ଭିତରେ ସରକାରଙ୍କ ବିନା ଅନୁମତିରେ ସେ କୌଣସି ଘରୋଇ କ୍ଷେତ୍ରରେ ବି କାର୍ଯ୍ୟ କରିପାରିବେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଦେଇଥିବା ଭାଷଣରେ ଖୁବଶୀଘ୍ର ସିଡିଏସ ପଦବି ତିଆରି କରାଯିବ ବୋଲି ଘୋଷଣା କରିଥିଲେ । ଏହାପରେ ସରକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ ଯାହାକୁ ସିଡିଏସ ପଦବିରେ ନିଯୁକ୍ତ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ରହିବ ତାହା ନିର୍ଦ୍ଧାରିତ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । କୁହଯାଉଛି କି ଏବେ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ବିପିନ ରାୱତଙ୍କୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦିଆଯିବ । ଜେନେରାଲ ରାୱତ ଚଳିତ ମାସ ୩୧ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ସରକାର ଏନେଇ ଉଚିତ ସମୟରେ ଘୋଷଣା କରିବେ ।

ସୂଚନାଯୋଗ୍ୟ, କାରଗିଲ ଯୁଦ୍ଧ ପରେ ଗଠିତ ସୁବ୍ରମଣ୍ୟମ କମିଟି ପ୍ରଥମେ ସିଡିଏସ ପଦବି ଗଠନ ପାଇଁ ପ୍ରସ୍ତାବ ଦେଇଥିଲା । ତେବେ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା। ଯଦିଓ ବିଗତ ବର୍ଷ ଗୁଡ଼ିକରେ ସେନାବାହିନୀର ତିନୋଟି ଯାକ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ କିଛି ନୂଆ ୟୁନିଟ ବି ଗଠନ କରାଯାଇଛି, ତେବେ ସିଡିଏସ ନିଯୁକ୍ତି ପ୍ରସ୍ତାବକୁ ଥଣ୍ଡାବାକ୍ସ ଭିତରେ ରଖିଦିଆଯାଇଥିଲା । ଏହା ଉପରେ ରାଜନୈତିକ ସହମତିର ଆବଶ୍ୟକତା ରହିଛି ବୋଲି ସବୁବେଳେ କୁହାଯାଉଥିଲା। ୨୦୧୨ରେ ନରେଶ ଚନ୍ଦ୍ରା କମିଟି ସିଡିଏସ ବଦଳରେ ଚିଫସ ଅଫ ଷ୍ଟାଫ କମିଟିର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୬ରେ ଲେଫ୍ଟନାଣ୍ଟ ଜେନେରାଲ ସେକଟକର କମିଟି ସେନାବାହିନୀର ୩ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଫୋର୍‌ ଷ୍ଟାର୍‌ ଜେନେରାଲଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ।