PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା, ଡୋଜ୍‌ ପିଛା ଏତିକି ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୭/ ୦୨: ମହାମାରୀ କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ଦେଶରେ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟେ। ଏସବୁ ମଧ୍ୟରେ ଘରୋଇ ହସ୍ପିଟାଲ ଗୁଡ଼ିକ ପାଇଁ କରୋନା ଟିକାର ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର। କୋଭିଡ ଡୋଜ୍‌ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହିତ ଟିକା ପାଇଁ ସର୍ଭିସ୍‌ ଚାର୍ଜ ୧୦୦ ଟଙ୍କା ରଖାଯାିଛି। ଅପରପକ୍ଷେ ସରକାରୀ ମେଡିକାଲ ଗୁଡ଼ିକରେ ଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭାରତରେ କରୋନା ଭ୍ୟାକସିନ୍ କାର୍ଯ୍ୟକ୍ରମ ୧୬ ଜାନୁଆରୀରୁ ଆରମ୍ଭ ହୋଇସାରିଛି। ଭ୍ୟାକସିନର ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଭ୍ୟାକସିନ୍ ଡୋଜ୍ ଦିଆଯାଇଥିଲା। ୧ ମାର୍ଚ୍ଚରୁ ଦେଶରେ କରୋନା ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି।

ଭ୍ୟାକସିନେସନ୍ ବେଳେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଭ୍ୟାକସିନ୍ ଲଗାଯିବ। ତେବେ ୪୫ ବର୍ଷରୁ ୬୦ ବର୍ଷ ଭିତରେ ଲୋକଙ୍କୁ ମଧ୍ୟ ଭ୍ୟାକସିନର ଡୋଜ୍ ଦିଆଯିବ, କିନ୍ତୁ ଏହି ବୟସସୀମାର ସେହି ଲୋକଙ୍କୁ ଭ୍ୟାକସିନ୍ ମିଳିବ, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛନ୍ତି, ୬ ରାଜ୍ୟ- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟରେ କରୋନାର ନୂଆ ମାମଲା ବୃଦ୍ଧି ଦେଖିବାକୁ ମିଳିଛି।