PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠଭୂମି ଘୋଷଣା ପ୍ରସଙ୍ଗ: କେନ୍ଦ୍ର ସରକାର, ନିର୍ବାଚନ କମିଶନଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୨୯ ।୩(ଏଜେନ୍ସି): ନିର୍ବାଚନ ଲଢ଼ିବା ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂକ୍ରାନ୍ତ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିନଥିବାରୁ ଅଦାଲତ ଅବମାନନା ମାମଲା ଚଳାଇବାକୁ ଅନୁରୋଧ କରି ଆଗତ ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ଭିତରେ ନୋଟିସର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି ।
୨୦୧୮ ସେପ୍ଟେମ୍ବର ୨୫ ତାରିଖରେ କୋର୍ଟ ଦେଇଥିବା ଆଦେଶ କାହିଁକି ପାଳନ କରାଯାଇ ନାହିଁ ବୋଲି ବିଚାରପତି ଆରଏଫ ନରିମାନ ଓ ବିଚାରପତି ବୀନିତ ସରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଉପନିର୍ବାଚନ କମିଶନର, ଆଇନ ସଚିବ ଓ କ୍ୟାବିନେଟ ସଚିବଙ୍କୁ ଜବାବ ତଲବ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ଉପରେ ଶୁଣାଣି କରାଯିବାର ଆବଶ୍ୟକତା ରହିଛି । ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଏହି ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ଅଦାଲତର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ କି ନିର୍ବାଚନ ଲଢ଼ିବା ପୂର୍ବରୁ ସବୁ ପ୍ରାର୍ଥୀ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂକ୍ରାନ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ହେବ । ତା’ଛଡା ଏସବୁ ତଥ୍ୟକୁ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର ମଧ୍ୟ କରାଯିବା ଆବଶ୍ୟକ । ଯାହାଫଳରେ ଭୋଟରମାନେ ଜଣେ ପ୍ରାର୍ଥୀଙ୍କ ବିଷୟରେ ଜାଣିପାରିବେ ଓ ନିଜ ପସନ୍ଦ ପ୍ରାର୍ଥୀଙ୍କୁ ବାଛିପାରିବେ । ସେହିଭଳି ରାଜନୈତିକ ଦଳମାନେ ମଧ୍ୟ ନିଜର ୱେବସାଇଟ୍‌ରେ ଏସବୁ ତଥ୍ୟ ପ୍ରକାଶ କରିବା ସହ ତାହାର ପ୍ରଚାର କରାଇବା ଉଚିତ ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ନିର୍ବାଚନ କମିଶନ ଫର୍ମ ନମ୍ବର-୨୬ରେ ପରିବର୍ତ୍ତନ ନେଇ ଅଧିସୂଚନା ଜାରି କରିଥିଲେ । ଏଥିସହିତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠଭୂମି ପ୍ରକାଶ କରିବାକୁ କହିଥିଲେ । କିନ୍ତୁ ଆବେଦନକାରୀ ଉପାଧ୍ୟାୟ ଦର୍ଶାଇଛନ୍ତିି ନିର୍ବାଚନ କମିଶନ ନିର୍ବାଚନ ଚିହ୍ନ ଆଦେଶ ୧୯୬୮ ଏବଂ ଆଦର୍ଶ ଆଚରଣ ବିଧିରେ ସଂଶୋଧନ କରିନାହାନ୍ତି । ତେଣୁ ଆଇନ ଅନୁସାରେ ଏହି ଅଧିସୂଚନାର କୌଣସି ମହତ୍ତ୍ୱ ନାହିଁଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ କମିଶନ ପ୍ରମୁଖ ସମ୍ବାଦପତ୍ର କିମ୍ବା ସମାଚାର ଚ୍ୟାନେଲର ନାମ ତାଲିକା ପ୍ରକାଶ କରିନାହାନ୍ତି କିମ୍ବା ପ୍ରାର୍ଥୀଙ୍କର ଅପରାଧ ପୃଷ୍ଠଭୂମି ସଂକ୍ରାନ୍ତ ସୂଚନା ଦେବାର ନିର୍ଦ୍ଦିଷ୍ଟ ସମୟ ସୀମା ସ୍ପଷ୍ଟ କରିନାହାନ୍ତି । ଏହି କାରଣରୁ କେତେକ ପ୍ରାର୍ଥୀ କମ୍‌ ଲୋକପ୍ରିୟ ଥିବ ଖବରକାଗଜ ଓ ସମାଚାର ଚ୍ୟାନେଲରେ ଅପରାଧ ତଥ୍ୟ ଦେଉଛନ୍ତି । ସେହିଭଳି କମ୍‌ ମହତ୍ତ୍ୱପୂର୍ଣ୍ଣ ସମୟରେ ଉକ୍ତ ଖବରକାଗଜ କିମ୍ବା ଖବର ଚ୍ୟାନେଲ ତାହାର ପ୍ରକାଶନ/ପ୍ରସାରଣ କରୁଛନ୍ତି । କମିଶନ ନିର୍ବାଚନ ଚିହ୍ନ ଆଦେଶ ଓ ଆଦର୍ଶ ଆଚରଣ ବିଧିରେ ଆବଶ୍ୟକ ସଂଶୋଧନ ନ କରି ଲୋକସଭା ନିର୍ବାଚନ ପାଇଁ ଚଳିତମାସ ମାର୍ଚ୍ଚ ୧୦ ତାରିଖରେ ସୂଚୀ ଘୋଷଣା କରିଥିଲେ । ସେହିଭଳି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ପରେ ସେମାନଙ୍କ ଅପରାଧ ମାମଲା ବିଷୟରେ ଖବରକାଗଜ କିମ୍ବା ଖବର ଚ୍ୟାନେଲରେ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଥିଲା ବେଳେ ତାକୁ ସେମାନେ ଉଲ୍ଲଂଘନ କରିଥିବା ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।

ସମ୍ବନ୍ଧିତ ଖବର