ସେଣ୍ଟ୍ରାଲ୍ ଅଫିସର୍ ମେସ୍ରେ ବିବାଦ – ଦୁଇ ଜେସିଓଙ୍କ ଝଗଡାରେ ଜଣଙ୍କର ମୃତ୍ୟୁ

ଲକ୍ଷ୍ମୌ- ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ସେଣ୍ଟ୍ରାଲ୍ ଅଫିସର ମେସ୍ରେ ଦୁଇ ଜୁନିଅର୍ ଅଫିସର୍ ରାଙ୍କ୍ ଅଧିକାରୀଙ୍କ ମଧ୍ୟରେ ବିବାଦରେ ଜଣଙ୍କର ମୃତ୍ୟୁ ହୋଇଛି । ସୁବେଦାର ବା ଜେସିଓ ରାଙ୍କର ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ମେସ୍ ଚାର୍ଜ ହସ୍ତାନ୍ତର କରିବା ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଗୁର୍ଖା ରେଜିମେଣ୍ଟରେ ଥିବା ଏହି ଦୁଇ ଗୁର୍ଖା ଅଧିକାରୀ ପରସ୍ପରକୁ ଆକ୍ରମଣ କରିଥିଲେ । ପିମ୍ବା ଶେରପା ଏବଂ ରମେଶ କୁମାର ରାଏ ନାମକ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ହୋଇଥିଲା । ଏହାପରେ ଦୁଇ ଜଣ ପରସ୍ପରକୁ ଛୁରି ଧରି ଆକ୍ରମଣ କରିଥିଲେ ।
ପିମ୍ବା ଶେରପାଙ୍କର ଗଳା କଟିବା ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ଠାରୁ ଦୁଇ ଶହ ମିଟର ଦୂରରେ ଗୁରୁତର ଅବସ୍ଥାରେ ରମେଶ ରାଏ ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଏଙ୍କର ହୋସ୍ ଆସିବାପରେ ତାଙ୍କୁ ଏ ବିଷୟରେ ପଚରା ଉଚରା କରାଯିବବୋଲି ଜଣା ପଡିଛି । ପ୍ରାଥମିକ ତଦନ୍ତରୁ ଥାପାଙ୍କର ଗଳା କଟିବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏବେ ପୋଲିସ ଘଟଣାର ତଦନ୍ତ କରୁଛି।
ପୂର୍ବାଞ୍ଚଳ ଡିସିପି ସଂଜୀବ ସୁମନ ଏ ବିଷୟରେ ସୂଚନା ଦେଇଛନ୍ତି । ଅଫିସର୍ ମେସ୍ରେ ଚାର୍ଜ ହସ୍ତାନ୍ତର କରିବା ନେଇ ଦୁଇ ଜଣ ଗୁର୍ଖା ସୁବେଦାରଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାପରେ ଦୁଇ ଜଣ ପରସ୍ପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିଲେ । ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ରହିଥିବା ବ୍ୟକ୍ତିଙ୍କର ହୋଶ୍ ନାହିଁ । ହୋଶ୍ ଆସିବାପରେ ତାଙ୍କର ବୟାନ ରେକର୍ଡ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପୋଲିସ ହତ୍ୟା ମାମଲା ରୁଜୁ କରି ଏବେ ତଦନ୍ତ କରିଛି ।