କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଫଳରେ ସାଧାରଣ ଜୀବନ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ନୂଆ ନିୟମ ଆଣିଛନ୍ତି । ଏଣିକି ବାୟୁପ୍ରଦୂଷଣ କରୁଥିବା ସଂସ୍ଥାର କର୍ତ୍ତୃପକ୍ଷ କିମ୍ବା ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ କଠିନ ଦଣ୍ଡରେ ଦଣ୍ଡିତ ହେବେ । ଦଣ୍ଡବିଧାନ ସ୍ବରୂପ ଏକ କୋଟି ଟଙ୍କା ଜରିମାନା ରଖାଯାଇଥିବା ବେଳେ ୫ ବର୍ଷ ଜେଲଦଣ୍ଡ ଭୋଗିବାର ପ୍ରାବଧାନ ରହିଛି ।

ବୁଧବାର ଏହି ନୂତନ ନିୟମକୁ ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ମଞ୍ଜୁରୀ ମିଳିଛି । ସରକାରଙ୍କ ପକ୍ଷରୁ ପରିବେଶ ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷ ବା ଇପିସିଏ ଗଠନ କରିଛନ୍ତି ।  ଏହି ନିୟମ ଅନୁଯାୟୀ ଏନସିଆର ଏବଂ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ବାୟୁ ଗୁଣବତ୍ତା ପରିଚାଳନା( Air Quality Management)ପାଇଁ ଏକ କମିଶନ ଗଠନ କରାଯିବ ।

ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ନେତୃତ୍ବରେ ଏକ କମିଟି ଦ୍ବାରା ଆୟୋଗର ଅଧ୍ୟକ୍ଷ ଚୟନ କରାଯିବ । ଏଥିରେ ପରିବହନ ଏବଂ ବାଣିଜ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା କ୍ୟାବିନେଟ ସଚିବ ମଧ୍ୟ ସଦସ୍ୟ ରହିବେ ।    

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..