ଖୁସି ଖବର : ଲକ୍‌ ଡାଉନରେ ଆପଣ ବିବାହ କରିପାରିବେ, ଅନୁମତି ଦେଲେ ସରକାର

ନୂଆଦଲ୍ଲୀ ୦୧ / ୫ : ଲକ୍‌ ଡାଉନରେ ଆପଣଙ୍କ ବିବାହ କାର୍ଯ୍ୟକ୍ରମ ସ୍ଥଗିତ ରହିଯାଇଛି କି ?  କେବେ ବିବାହ କରିବେ ସେନେଇ ଚିନ୍ତିତ କି ?  ଏବେ ଆପଣଙ୍କ ପାଇଁ ଖୁସି କରିବ । ବର୍ତ୍ତମାନ ସରକାର ବିବାହ ପାଇଁ ଦେଇଛନ୍ତି ଅନୁମତି ।

ବିସ୍ତୃତ ଖବର ଏୟା ଯେ ,  କେନ୍ଦ୍ର ସରକାର ଆଜି ପୁଣି ସାରା ଦେଶରେ ଲକ୍‌ ଡାଉନ୍‌କୁ ବୃଦ୍ଧି କରିଛନ୍ତି । ସମଗ୍ର ଦେଶରେ  ୩ୟ ଥର ପାଇଁ ଲକ୍‌ ଡାଉନକୁ ବଢା ଯାଇଛି । ପୂର୍ବରୁ ମେ ୩ରେ ଥିବା ସମୟ ସୀମାକୁ ଆଉ ୨ ସପ୍ତାହ ପାଇଁ ଅର୍ଥାତ୍‌ ମେ ୧୭ ଯାଏ ବୃଦ୍ଧି କରିଛନ୍ତି ।

ଏହି ତୃତୀୟ ଫେଜ୍‌ ଲକ୍‌ ଡାଉନ୍‌ରେ କେନ୍ଦ୍ର ସରକାର କିଛି ଜିନିଷ ଯାହାକୁ ପୂର୍ବରୁ ଅନୁମତି ଦିଆଯାଇ ନଥିଲା ଏବେ ତାହା କୋହଳ କରିଛନ୍ତି । ଯେଉଁ ଯୁବକଯୁବତୀଙ୍କର ବିବାହ ଉତ୍ସବ ରହିଯାଇଥିଲା , ଏବେ ସେମାନେ ବିବାହ କରିପାରିବେ । କିନ୍ତୁ ଏଥିରେ ସରକାର କିଛି ନିୟମ କରିଛନ୍ତି।

ଗୃହ ମନ୍ତ୍ରାଳୟର ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ , ବିବାହ କାର୍ଯ୍ୟକ୍ରମରେ ଅଳ୍ପ ସଂଖ୍ଯକ ଅତିଥି ଉପସ୍ଥିତ ରହିବାର ନିର୍ଦ୍ଦେଶ ରହିଛି । ୫୦ରୁ ଉର୍ଦ୍ଧ୍ୱ ଅତିଥି ବିବାହରେ ଯୋଗ ଦେଇପାରିବେ ନାହିଁ ଏବଂ ସେମାନେ ସୋସିଆଲ ଡିଷ୍ଟନ୍ସ ପାଳନ କରିବେ ।   ଆଉମଧ୍ୟ ବର ରାଜ୍ୟ ଭିତରେ ଥିବେ। ଆବଶ୍ୟକୀୟ ଦ୍ରବ୍ୟର ଟ୍ରାନ୍ସପୋର୍ଟେସନ ବ୍ୟତୀତ ଇଣ୍ଟରଷ୍ଟେଟ୍‌ ଟ୍ରାଭେଲ୍‌କୁ ବାନ୍‌ କରାଯାଇଛି ।

ଉଲ୍ଲେଖନୀୟ ଯେ ,ଉକ୍ତ ନୂଆ ନିୟମଟି ମେ ୪ରୁ କାର୍ଯ୍ୟକାରୀ ହେବ ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା