PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

୧,୦୦୦ କୋଟିର ପ୍ୟାକେଜ୍‌ ଘୋଷଣା କରିବେ ସରକାର: ଧାରା ୩୭୦ ଉଚ୍ଛେଦ ପରେ ସାମଗ୍ରିକ ବିକାଶ ପାଇଁ ଚାଳିଛି ଉଦ୍ୟମ

ନୂଆଦିଲ୍ଲୀ,୫ା୯(ଏଜେନ୍ସି):ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ନଜର । ଏହାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି । କାଶ୍ମୀରବାସୀଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହେଉଛି । ରାଜ୍ୟରେ ଶିଳ୍ପସଂସ୍ଥା ବସାଇବା ପାଇଁ ବଡ଼ ବଡ଼ କମ୍ପାନିଙ୍କୁ ଅନୁରୋଧ କରାଯାଉଛି । ସବୁଠୁ ଆଗରେ ଏଠାକାର ଯୁବପିଢ଼ିଙ୍କ ଶିକ୍ଷା ଏବଂ ନିଯୁକ୍ତି ପାଇଁ ତତ୍ପରତା ଦେଖାଉଛନ୍ତି ନରେନ୍ଦ୍ର ମୋଦି ସରକାର । ଏଥିପାଇଁ ୧,୦୦୦ କୋଟି ଟଙ୍କାର ଏକ ପ୍ୟାକେଜ୍‌ ଆଣିବାକୁ ଯୋଜନା କରାଯାଉଥିବା ବିଶେଷ ସୂତ୍ରରୁ ଜଣାଯାଇଛି ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ୧୦୦୦ କୋଟି ଟଙ୍କାର ଏକ ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ ନେଇ ଏବେ ଆଲୋଚନା ଜାରି ରହିଛି । ଏହା ଜରିଆରେ ଡେଲ୍‌, ଇଣ୍ଟେଲ, ଆମାଜନ ୱେବ୍‌ ସର୍ଭିସ୍‌ ଭଳି କମ୍ପାନି ଯୁବପିଢ଼ିଙ୍କୁ ତାଲିମ ଦେବେ । ଜମ୍ମୁ କାଶ୍ମୀରର ଯୁବପିଢ଼ିଙ୍କ ମଧ୍ୟରେ ଶିକ୍ଷାର ବିକାଶ ହେବ ଏବଂ ସେମାନଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ।

ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ପାଇଁ ଶୀତକାଳୀନ ଇଣ୍ଟର୍ଣ୍ଣସିପ୍‌ ସୁବିଧା, କ୍ରୀଡା ଏବଂ ଫିଟ୍‌ନେସ୍‌ ଭିତ୍ତିଭୂମି, ମୋବାଇଲ ଥିଏଟର(ଯାହାକି ଗାଁ ଗାଁ ବୁଲିବ), ଶିଳ୍ପାୟନ ଏବଂ ଷ୍ଟାର୍ଟଅପ୍‌ ଏଭଳି ଅନେକ ବିଷୟ ଉପରେ ଆଲୋଚନା କରାଯାଉଥିବା ଅଧିକାରୀଜଣକ କହିଛନ୍ତି । ଜମ୍ମୁ କାଶ୍ମୀରକୁ ଯାଇ ସେଠାକାର ସ୍ଥାନୀୟ ପ୍ରଶାସନ ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଗତ ସପ୍ତାହରେ କେନ୍ଦ୍ର ସରକାର ସମସ୍ତ ମନ୍ତ୍ରାଳୟଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ସପ୍ତାହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହାର ପ୍ରତିନିଧି ଦଳକୁ ଜମ୍ମୁ କାଶ୍ମୀର ପଠାଇବ । ପର୍ଯ୍ୟଟନ ମନ୍ତ୍ରାଳୟର ମଧ୍ୟ ସମାନ ଯୋଜନା ରହିଛି । ଅନ୍ୟ ମନ୍ତ୍ରାଳୟ ମଧ୍ୟ ସମାନ ପଦାଙ୍କ ଅନୁସରଣ କରିବେ । ପ୍ରତିନିଧି ଦଳଗୁଡିକର ନେତୃତ୍ୱ ନୀତି ଆୟୋଗ ନେବ ।

ଏଚ୍‌ଆର୍‌ଡି ମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନରେ ୧,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ ରହିଛି । ଜମ୍ମୁ କାଶ୍ମୀର ପ୍ରଶାସନ ଏହାକୁ ସମର୍ଥନ ଦେଇଛନ୍ତି । ଆସନ୍ତା କିଛି ସପ୍ତାହରେ ଏହାକୁ ଚୂଡାନ୍ତ କରାଯିବ ବୋଲି ଜଣାପଡ଼ିଛି । ଜମ୍ମୁ କାଶ୍ମୀର ପାଇଁ ଥିବା ଶିକ୍ଷା ଯୋଜନାରେ ଏକ ନିଯୁକ୍ତି ସମ୍ପ୍ରସାରଣ ତାଲିମ ସ୍କିମ୍‌ ଯୋଡାଯାଇଛି । ଏହା ଜରିଆରେ ଶ୍ରୀନଗର ଏବଂ ଲେହରେ ସ୍ୱତନ୍ତ୍ର କେନ୍ଦ୍ରମାନ ଖୋଲାଯିବ । ଏହା ମାଧ୍ୟମରେ ୨ ବର୍ଷରେ ପାଖାପାଖି ୫,୦୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏଥିପାଇଁ ଇଣ୍ଟେଲ, ଡେଲ୍‌ ଏବଂ ଅନ୍ୟାନ୍ୟ କମ୍ପାନିଗୁଡିକ ସହ ଆଲୋଚନା ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର