PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆସାମ ଓ ତ୍ରିପୁରାରୁ ଅତିରିକ୍ତ ସୈନ୍ୟ ପ୍ରତ୍ୟାହୃତ କଲେ କେନ୍ଦ୍ର ସରକାର

ଆସାମ ୨୬/୧୨: କେନ୍ଦ୍ର ସରକାର ଏବେ ଆସାମ ଓ ତ୍ରିପୁରାରେ ଦଙ୍ଗା ନିୟନ୍ତ୍ରଣ ପାଇଁ ପଠାଯାଇଥିବା ସେନା ଯବାନଙ୍କୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସାମରେ ସେନାର ୨୯ଟି ଏବଂ ତ୍ରିପୁରାରେ ଆସାମ ରାଇଫଲସର ୨ଟି ୟୁନିଟ ମୁତୟନ କରାଯାଇଥିଲା । ଚଳିତ ମାସ ୧୧ରୁ ୧୭ ତାରିଖ ଭିତରେ ଉକ୍ତ ଦୁଇ ରାଜ୍ୟରେ ନାଗରିକତା ଅଧିକାର ସଂଶୋଧନ ଅଧିକାର ଆଇନକୁ ବିରୋଧ କରି ପ୍ରବଳ ହିଂସାକାଣ୍ଡ ଘଟିବାରୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଠାକୁ ଏହି ୟୁନିଟଗୁଡିକୁ ପ୍ରେରଣ କରାଯାଇଥିଲ ।

ମାତ୍ର ଏବେ ଦୁଇଟି ଯାକ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ରହିଛି ଏବଂ କେଉଁଠି ବି ହିଂସାକାଣ୍ଡ ଘଟୁନଥିବାର ଜଣାପଡିଛି । ତେଣୁ ସେଠାରୁ ଏହି ଅତିରିକ୍ତ ସୈନିକଙ୍କୁ ଅପସାରଣ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଜମ୍ମୁ-କାଶ୍ମୀରରୁ ଅର୍ଦ୍ଧ-ସାମରିକ ବାହିନୀର ୭୨ଟି କଂପାନିକୁ ଅପସାରଣ କରିବା ପାଇଁ ସ୍ୱରାଷ୍ଟ ମନ୍ତ୍ରଣାଳୟ ଘୋଷଣା କରିଥିଲା ।