PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସମସ୍ତ ରାଜ୍ୟ ନାଗରିକତା ଆଇନ ଲାଗୁ କରିବାକୁ ବାଧ୍ୟ, କାହା ପାଖରେ ନାହିଁ ମନା କରିବାର ଅଧିକାର

ନୂଆଦିଲ୍ଲୀ,୧୩|୧୨:  ନାଗରିକତା ସଂଶୋଧନ ଆଇନକୁ ଲାଗୁ ନକରିବା ପାଇଁ ଛତିଶଗଡ, କେରଳ, ପଞ୍ଜାବ, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟ ସ୍ପଷ୍ଟ କରିଛନ୍ତି। ଏହି ସବୁ ରାଜ୍ୟ ବିଜେପି ଦେଶରେ ଘୃଣାର ରାଜନୀତି କରୁଥିବା କହିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ କହିବାନୁସାରେ, ରାଜ୍ୟ ପାଖରେ ଏହି ଆଇନ ଲାଗୁ ନକରିବା ପାଇଁ କୌଣସି ଅଧିକାର ନାହିଁ। ନାଗରିକତା ବାବଦରେ କୌଣସି ରାଜ୍ୟ ନିଜର ସ୍ୱତନ୍ତ୍ର ନିୟମ ଲାଗୁ କରିପାରିବେ ନାହିଁ ବୋଲି କେନ୍ଦ୍ର କହିଛି।

ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, କେନ୍ଦ୍ରୀୟ ତାଲିକାରେ ଯେଉଁ ସବୁ ବିଷୟ ରହିଛି, ସେ ସବୁକୁ ରାଜ୍ୟମାନେ ଲାଗୁ କରିବା ପାଇଁ ବାଧ୍ୟ। ସମ୍ବିଧାନର ଅନୁସୂଚନା ୭ ଅନୁସାରେ କେନ୍ଦ୍ର ସରକାର ସଂସଦରେ ଯେଉଁ ବିଧେୟକ ପାରିତ କରିବେ ତାହା ସମସ୍ତ ଦେଶରେ ଲାଗୁ କରାଯିବ।

ଗତ ବୁଧବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଧେୟକକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କେରଳ, ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ବିରୋଧ କରିଥିଲେ।