PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

କେରଳରେ ପ୍ରବଳ ବର୍ଷାରୁ ଭୂସ୍ଖଳନ: ଚା ବଗିଚାରେ କାମ କରୁଥିବା ୧୭ ଶ୍ରମିକ ମୃତଦେହ ମାଟି ତଳୁ ଉଦ୍ଧାର, ୮୦ ନିଖୋଜ

ଥିରୁୱନନ୍ତପୁରମ୍ ୦୮/୦୮: କେରଳରେ ଲଗାତର ୪ ଦିନ ଧରି ଜାରି ରହିଥିବା ବର୍ଷା କାରଣରୁ ଇଡୁକ୍କି ଜିଲ୍ଲାର ରାଜମାଲା ଅଞ୍ଚଳରେ ଶୁକ୍ରବାର ଭୟାବହ ଭୂସ୍ଖଳନ ହୋଇଛି । ଯେଉଁ ଅଞ୍ଚଳରେ ଭୂସ୍ଖଳନ ହେଲା ସେଠାରେ ଚା’ ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅସ୍ଥାୟୀ ଘର କରି ରହୁଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରିଛନ୍ତି । ୧୬ ଜଣଙ୍କୁ ମାଟି ଗଦା ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହୁରି ୮୦ ରୁ ଊଦ୍ଧ୍ୱର୍ ଶ୍ରମିକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ କେରଳର ମୁଖ୍ୟମନ୍ତ୍ରୀ ବାୟୁସେନାର ବିମାନ ମଗାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାର ନିମନ୍ତେ ୫୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭୂସ୍ଖଳନ ଯୋଗୁ ରାସ୍ତଘାଟ ଧସିଯିବା ସହିତ ତା’ ଉପରେ ବଡ଼ ବଡ଼ ଗଛ ଉପୁଡି ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଗୋଟିଏ ଟିମ୍‌କୁ ରାସ୍ତା ସଫା କରିବା ନିମନ୍ତେ ନିୟୋଜିତ କରାଯାଇଛି । ଲଗାତର ବର୍ଷା ଜାରି ରହିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଭୂସ୍ଖଳନ ବାବଦରେ ଶୁକ୍ରବାର ସକାଳେ ବନ ବିଭାଗକୁ ଖବର ମିଳିଥିଲା । ତେବେ ଏହା ପାହାନ୍ତା ସମୟରେ ହୋଇଥିବା କୁହାଯାଉଛି ।

ସୂଚନା ମୁତାବକ, ତାମିଲନାଡୁରୁ ଆସିଥିବା ଶ୍ରମିକଙ୍କ ଏକ ଗୋଷ୍ଠୀ ଏଠାରେ ନିଜ ନିଜ ପରିବାର ସହ ଏକ ଛୋଟ କଲୋନୀ କରି ରହିଥାନ୍ତି । ଭୂସ୍ଖଳନରେ ପାହଡର ଏକ ବିରାଟ ଖଣ୍ଡ ସେହି କଲୋନୀ ଉପରେ ପଡିଥିବାରୁ ଅନେକ ଶ୍ରମିକଙ୍କ ପରିବାର ଏବେ ନିଖୋଜ ଅଛନ୍ତି । ରାଜ୍ୟ ପୁଲିସ, ଅଗ୍ନିଶମ ବିଭାଗ, ବନ ବିଭାଗ, ରାଜସ୍ୱ ଅଧିକାରୀ ଓ ଏନ୍‌ଡିଆର୍‌ଏଫ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆଶୁ ଚିକିତ୍ସା ପାଇଁ ୧୫ଟି ଆମ୍ବୁଲାନ୍ସ ସହ ଏକ ମୋବାଇଲ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ।

ଉଲ୍ଲେଖଯୋଗ୍ୟ, କେରଳରେ ୩ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଗୁରୁବାର ଇଡୁକ୍କି ଜିଲ୍ଲାରେ ଏକ ପୋଲ ମଧ୍ୟ ଭୁଷୁଡି ପଡିଥିଲା । ଉତ୍ତର କେରଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା । ଶୁକ୍ରବାର ମାଲ୍ଲାପୁରମ,ପଲକ୍କଡ, ୱାୟନାଡ ଜିଲ୍ଲା ନିମନ୍ତେ ରେଡ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଏର୍ଣ୍ଣାକୁଲମ, ଇଡ୍ଡୁକୀ, ତ୍ରିଶୁର ଏବଂ କନ୍ନୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।