PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଧନଶ୍ରୀଙ୍କୁ ବିବାହ କରିବେ ଟିମ ଇଣ୍ଡିଆ ଷ୍ଟାର ସ୍ପିନର ୟୁଝବେନ୍ଦ୍ର ଚହଲ

ନୂଆଦିଲ୍ଲୀ ୯/୦୮: ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକ ଓ ନିଜର ଅନୁଗାମୀମାନଙ୍କୁ ସୂଚନା ଦେଇଛନ୍ତି । କୋରିଓଗ୍ରାଫର ଧନଶ୍ରୀ ବର୍ମା ହେବେ ତାଙ୍କର ଜୀବନ ସାଥୀ । ଧନଶ୍ରୀଙ୍କ ସହ ତାଙ୍କର ରୋକା ଉତ୍ସବର ଫଟୋ ସୋସିଆଲ ମିଡିଆ ଟ୍ୱିଟରରେ ପୋଷ୍ଟ୍‌ କରି ଚହଲ ଏହା ସ୍ପଷ୍ଟ କରିଛନ୍ତି । ଫଟୋରେ ଉଭୟ ପାରମ୍ପାରିକ ପୋଷାକରେ ରହିଛନ୍ତି ।

ଟ୍ୱିଟରରେ ଶୀର୍ଷକ ଲେଖିଛନ୍ତି, ଆମେ ଆମ ପରିବାର ସହ ହଁ କହିଲୁ ।’ ଉଭୟଙ୍କ ବିବାହ କେବେ ହେବ ସେ ବିଷୟରେ ଚହଲ କିଛି ଉଲ୍ଲେଖ କରି ନାହାନ୍ତି । ହୁଏତ କରୋନା ମହାମାରୀ ପରେ ହୋଇପାରେ । ଚହଲ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି ।

ଚଳିତ ବର୍ଷ ଆଇପିଏଲ୍‌ ୟୁଏଇରେ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଲିଗ୍‌ ଆରମ୍ଭ ହେବ । ଅଗଷ୍ଟ ୨୦ ତାରିଖ ସୁଦ୍ଧା ଦଳମାନେ ୟୁଏଇରେ ଯାଇ ପହଞ୍ଚି ଅଭ୍ୟାସ ଆରମ୍ଭ କରିବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର