PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଟି-୨୦ ବିଶ୍ବକପ୍‌ ଟିମରେ ମିଲିଲାନି ସ୍ଥାନ, ଏବେ ଟ୍ବିଟ୍‌ କରି ମଜା ଉଡ଼ାଇଲେ ଏହି ଖେଳାଳି

ନୂଆଦିଲ୍ଲୀ: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌। ଫଟାଫଟ କ୍ରିକେଟ ମହାକୁମ୍ଭ ପାଇଁ ଦଳ ଘୋଷଣା କରି ସାରିଛି ଟିମ୍‌ ଇଣ୍ଡିଆ। ସବୁଠୁ ବଡ଼କଥା ହେଲେ ଭାରତୀୟ ଦଳରେ ୫ ଜଣ ସ୍ପିନରଙ୍କୁ ମିଳିଛି ସ୍ଥାନ। ହେଲେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଯୋଡ଼ିଙ୍କୁ ଦଳରେ ମିଳିନି ସ୍ଥାନ। ବିଶେଷକରି ଚହଲ ଦଳରେ ସ୍ଥାନ ନପାଇବାରୁ ଚର୍ଚ୍ଚା ଲାଗି ରହିଛି। କାରଣ ଅନ୍ତରାଷ୍ଟ୍ରୀୟ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ଟେକର ବୋଲର ହେଉଛନ୍ତି ଚହଲ।

ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯିବା ପରେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଥିଲେ ଯେ, ମୁଖ୍ୟ ଲେଗ୍‌ ସ୍ପିନର ଭାବେ ରାହୁଲ ଚହରଙ୍କୁ ଦଳରେ ସ୍ଥାନ ମିଳିଛି। ଆମକୁ ଏଭଳି ଲେଗ୍‌ ସ୍ପିନର ଦରକାର ଥିଲା। ଯିଏ ଅଧିକ ଗତିରେ ସ୍ପିନ ବଲ ପକାଇ ପାରିବ। ନିକଟରେ ଶ୍ରୀଲଙ୍କା ଗସ୍ତରେ ଆମେ ରାହୁଲ ଭଲ ପ୍ରଦର୍ଶନ କରିଥିଲେ। ବହୁ ବିଚାର ବିମର୍ଶ ପରେ ରାହୁଲ ଚହରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ଚେତନ ଶର୍ମା କହିଥିଲେ।

ସେହିପରି ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ତଥା ଜଣାଶୁଣା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି ଯେ, ୟୁଏଇର ମଇଦାନରେ ଦ୍ରୁତ ଗତିରେ ବଲ ପକାଉଥିବା ସ୍ପିନରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏଥିସହିତ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଦ୍ବିତୀୟ ଭାଗରେ କ’ଣ କଲେ ଟିମ୍ ମ୍ୟାଚ୍‌ ଜିତି ପାରିବ ସେ ନେଇ ୪ ସୂତ୍ରୀ ପରାମର୍ଶ ଦେଇଛନ୍ତି ଆକାଶ ଚୋପ୍ରା। ହେଲେ ଚୋପ୍ରାଙ୍କ ଟ୍ବିଟରେ ନିଜ ପ୍ରତିକ୍ରିୟା ରଖିଛନ୍ତି ୟୁଜବେନ୍ଦ୍ର ଚହଲ। ସେ କହିଛନ୍ତି ଯେ, ଦ୍ରୁତ ସ୍ପିନର ଭୟା? …ଚହଲଙ୍କ ଏହି ଟ୍ବିଟ୍‌ ପରେ ଲାଗି ରହିଛି ଜୋରଦାର ଚର୍ଚ୍ଚା।

ସମ୍ବନ୍ଧିତ ଖବର