ବନ ବିଭାଗର ୩ଟି କୋଠାକୁ ବିସ୍ପୋରଣ କରି ଉଡାଇଲେ ନକ୍ସଲ, ଲଗାଇଲେ ଭୋଟ ବର୍ଜନ ପୋଷ୍ଟର…

ଚାଇବାସା ୧୨।୪: ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଝାରଖଣ୍ଡ ଚାଇବାସାରେ ମାଓବାଦୀମାନେ ପୁଣି ଏକ ବଡ଼ ହମାଲା କରିଛନ୍ତି ବୋଲି ସୂଚନା ମିଳିଛି। ନକ୍ସଲମାନେ ବନ

ବିଭାଗର ତିନୋଟି କୋଠାଘରକୁ ବିସ୍ପୋରଣ କରି ଉଡାଇଛନ୍ତି। କୋଲ୍ହନ ବନ ବିଭାଗର କୁଡା ବନରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି। କୋଲ୍ହନର ଗୃହ ରକ୍ଷୀଙ୍କ ପାଇଁ ଏହି କୋଠା ତିଆରି ହୋଇଥିଲା।

କେବଳ ଏତିକି ନୁହେଁ, ଏହି ସ୍ଥାନରେ ମାଓବାଦୀମାନେ ଭୋଟ ବହିଷ୍କାରକୁ ନେଇ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ଯେଉଁଥିରେ ଲେଖାଯାଇଛି କି, ‘ଭୋଟକୁ ବର୍ଜନ କାଯାଉ।’ ପୁଲିସ ରାଜ୍କୁ ହଟାଯାଉ ଏବଂ ଜନତା ରାଜ୍କୁ ସ୍ଥାପନ କରାଯାଉ।’ ଲୋକସଭା ନିର୍ବାଚନ ପୂର୍ବରୁ ଝାରଖଣ୍ଡରେ ଏହା ମାଓବାଦୀଙ୍କର ପ୍ରଥମ ଘଟଣା। ମାଓବାଦୀ ବିସ୍ପୋରଣରେ ଯେଉଁ କୋଠାକୁ ବିସ୍ପୋରଣ କରିଛନ୍ତି ତାହା ବନ ବିଭାଗର ପୁରୁଣା ଭବନ।
ଏହା ପୂର୍ବରୁ ଏପ୍ରିଲ ୯ରେ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଠାରେ ବିଧାୟକ ଭୀମା ମାଣ୍ଡଭୀଙ୍କ କାରକେଡ୍କୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରି ଉଡାଇ ଦେଇଛନ୍ତି। ଏହି ନକ୍ସଲ ହାମ୍ଲାରେ ବିଧାୟକ ମାଣ୍ଡଭୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ଛତିଶଗଡ଼ ପୁଲିସ୍ ଡିଜି ଗଣମାଧ୍ୟମକୁ ସୂଚନା ଦେଇଥିଲେ