PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଚକବନ୍ଦୀ ବିବାଦ: ମାମଲା ରୁଜୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ

କଟକ,୨୧/୧୦: ଚକବନ୍ଦୀ ସଂପର୍କିତ ବିବାଦରେ କୋର୍ଟକୁ ଆସିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଯଦି କୌଣସି ମାମଲାର ସ୍ୱତନ୍ତ୍ରତା ଥାଏ, ଯେତେ ବିଳମ୍ବ ହେଲେ ମଧ୍ୟ ଅଦାଲତକୁ ଆସିହେବ ବୋଲି ଏକ ଚକବନ୍ଦୀ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ରାୟ ଦେଇଛନ୍ତି ।

ଓଡ଼ିଶା କନସୋଲିଡେସନ୍‌ ଅଫ୍‌ ହୋଲଡିଂସ୍‌ ଆଣ୍ଡ ପ୍ରିଭେନ୍‌ସନ୍‌ ଅଫ୍‌ ଫ୍ରାଗ୍‌ମେଣ୍ଟେସନ୍‌ ଅଫ୍‌ ଲ୍ୟାଣ୍ଡ ଆକ୍ଟ (ଓସିଏଚ୍‌ ଆଣ୍ଡ ପିଏଫଏଲ୍‌) ବା ଚକବନ୍ଦୀ ଆଇନର ଧାରା ୩୭ରେ ଜଣେ ବ୍ୟକ୍ତି କେତେଦିନ ଭିତରେ କୋର୍ଟରେ ମାମଲା ରୁଜୁ କରିପାରିବେ? ଏଥିପାଇଁ ସମୟ ସୀମା କ’ଣ ରହିଛି? ଏଭଳି ଏକ ଆଇନଗତ ପ୍ରଶ୍ନ ନେଇ ହାଇକୋର୍ଟ ଜଣିକିଆ ବିଚାରପତି ଏକ ମାମଲାକୁ ହାଇକୋର୍ଟର ଡିଭିଜନ୍‌ ବେଞ୍ଚ୍‌କୁ ପଠାଇଥିଲେ ।

ଘରବାରି ରାସ୍ତାକୁ ଗ୍ରାମ୍ୟ ରାସ୍ତା କରାଯିବା ଓ ଏହାର ପଟ୍ଟା ବାହାରିବାର ୨୨ ବର୍ଷ ପରେ ରୁଜୁ ଏକ ରିଭିଜନ୍‌ ପିଟିସନ୍‌ ଉପରେ ହାଇକୋର୍ଟର ଜଣିକିଆ ବିଚାରପତି ୨୦୧୯ ଫେବ୍ରୁଆରୀ ୨୭ରେ ଉପରୋକ୍ତ ପ୍ରଶ୍ନର ଉତ୍ତର ପାଇଁ ଏହାକୁ ଡିଭିଜନ୍‌ ବେଞ୍ଚ୍‌କୁ ପଠାଇ ଦେଇଥିଲେ । ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ଯଦି କୌଣସି ଚକବନ୍ଦୀ ମାମଲାରେ ଜାଲିଆତି ହୋଇଥିବା ଜଣାପଡ଼େ ଅବା କୌଣସି ପକ୍ଷ ଜାଲ୍‌ କ୍ୟୁମେଣ୍ଟ ଦାଖଲ କରିଥିବା ଜଣାପଡ଼େ ତାହେଲେ କୋର୍ଟକୁ ଯେକୌଣସି ସମୟରେ ଆସିହେବ ।

ଯଦି କୌଣସି ଚକବନ୍ଦୀ ମାମଲାରେ ଆଇନଗତ ଉତ୍ତରାଧିକାରୀଙ୍କ ବିନା ଯଦି କୌଣସି ନାବାଳକ ପ୍ରଭାବିତ ହେଉଥାନ୍ତି ଅବା ଦେବ ସଂପତ୍ତିରେ ମାର୍ଫତ୍‌ଦାର ଠାକୁର ପ୍ରଭାବିତ ହେଉଥାନ୍ତି । ସେଭଳି କ୍ଷେତ୍ରରେ ମଧ୍ୟ ଯେକୌଣସି ସମୟରେ ଆବେଦନ କରାଯାଇପାରିବ । କୌଣସି ସରକାରୀ ଜମି ବା କୌଣସି ସମ୍ପ୍ରଦାୟର ଜମି ଯଦି ଜବରଦଖଲ କରାଯାଇଥାଏ ଏବଂ ଯଦି ରିଭିଜନ୍‌ ଅଥରିଟି ଆଇନ ବାହାରେ ଯାଇ କିଛି ଆଦେଶ ଦେଇଥାନ୍ତି ସେଭଳି କ୍ଷେତ୍ରରେ କ୍ଷତିଗ୍ରସ୍ତ ଯେ କୌଣସି ପକ୍ଷ ଯେକୌଣସି ସମୟରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ । ତେଣୁ ଏହି ଆଧାରରେ ଚକବନ୍ଦୀ ସଂକ୍ରାନ୍ତ ମାମଲା ଯେ କୌଣସି ସମୟରେ ଅଦାଲତରେ ରୁଜୁ ହୋଇପାରିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିବା ସହ ଏହି ମାମଲାକୁ ପୁନର୍ବିଚାର ପାଇଁ ଜଣିକିଆ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ମାମଲାରୁ ପ୍ରକାଶ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରତ୍ନପୁର ଗ୍ରାମର ଶିବ ମୁଦୁଲିଙ୍କ ପରିବାରର ଏକ ରିଜିମାଇଲ୍‌ ରାସ୍ତାକୁ ଗ୍ରାମ୍ୟ ରାସ୍ତା କରି ଦିଆଯାଇଥିଲା । ଏନେଇ ପଟ୍ଟା ମଧ୍ୟ ବାହାରି ଯାଇଥିଲା । ଏହି ପଟ୍ଟା ବାହାରିବାର ୨୨ ବର୍ଷ ପରେ ଆବେଦନକାରୀଙ୍କ ପରିବାର ଚକବନ୍ଦୀ କମିସନରଙ୍କ ଦ୍ୱାରସ୍ଥ ହୋଇ ପଟ୍ଟାକୁ ଖାରଜ ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ପଟ୍ଟା ବାହାରିବାର ୨୨ବର୍ଷ ପରେ ଆବେଦନ କରାଯାଇଥିବାରୁ ଚକବନ୍ଦୀ କମିସନ ଏହି ଆବେଦନକୁ ଖାରଜ କରିଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟର ଜଣିକିଆ ବିଚାରପତି ଏହି ମାମଲାର ଶୁଣାଣି କରି ପୂର୍ବରୁ ଏହିଭଳି ଦୁଇଟି ମାମଲାରେ ପୃଥକପୃଥକ ରାୟ ଥିବାରୁ ଏହାକୁ ଖଣ୍ଡପୀଠଙ୍କ ନିକଟକୁ ପଠାଇ ଦେଇଥିଲେ । ପ୍ରଥମେ ଚକବନ୍ଦୀ କମିସନ୍‌ ଏତେବର୍ଷ ବିଳମ୍ବରେ ଆସିଥିବା ଆବେଦନ ଉପରେ ଶୁଣାଣି କରିପାରିବେ କି’ ବୋଲି ଜଣିକିଆ ବିଚାରପତି ଜାଣିବାକୁ ଚାହିଁଥିଲେ । ଦ୍ୱିତୀୟରେ ଏଭଳି ମାମଲା କେତେଦିନ ଭିତରେ ରୁଜୁ ହେବାର ନିୟମ ରହିଛି ତାହା ଉପରେ ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିବାକୁ ଜଣିକିଆ ବିଚାରପତି ଜାଣିବାକୁ ଚାହିଁଥିଲେ । ଜଣିକିଆ ବିଚାରପତିଙ୍କ ପକ୍ଷରୁ ଆସିଥିବା ଉପରୋକ୍ତ ପ୍ରଶ୍ନର ଉତ୍ତର ରଖି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହୃଦାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।