ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଚାକିରି ଛାଡିଲେ ମହିଳା ଆଇଏଏସ୍‌, କହିଲେ ଏହା ଥିଲା କାରଣ

ଚଣ୍ଡୀଗଡ ମେ ୫ - ଲକ୍‌ଡାଉନ୍‌ ପରେ ଚାକିରି ଛାଡିବା କଥା କହୁଥିବା ମହିଳା ଆଇଏଏସ୍‌ ଅଧିକାରୀ ରାନୀ ନାଗର ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ରାନୀ ନାଗର ହରିୟାନା କ୍ୟାଡରର ଆଇଏଏସ୍‌ ଅଧିକାରୀ । ସେ ୨୦୧୪ ବ୍ୟାଚର ଆଇଏଏସ୍‌ ଅଧିକାରୀ । ପୂର୍ବରୁ ମଧ୍ୟ ସେ ଚାକିରି ଛାଡିବେ ବୋଲି ସୂଚନା ଦେଇଥିଲେ । ଲକ୍‌ଡାଉନ୍‌ ସରିଲେ ସେ ଚାକିରି ଛାଡି ଦେବେ ବୋଲି କହିଥିଲେ ।

wp:html /wp:html

ସରକାରୀ କାର୍ଯ୍ୟ କରିବା ସମୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଚାକିରି ଛାଡୁଥିବା କଥା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସୋମବାରରେ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଚଣ୍ଡୀଗଡ ଛାଡି ଗାଜିଆବାଦରେ ଥିବା ନିଜ ଘରକୁ ଫେରିଯାଇଛନ୍ତି ।

ନାଗରଙ୍କୁ ଏବେ ୩୮ ବର୍ଷ । ସେ ହରିୟାନା ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗର ନିର୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । ଏବେ ରାନୀ ନାଗର କି ହରିୟାନାର ମୁଖ୍ୟ ଶାସନ ସଚିବ କେଶ୍ନୀ ଆନନ୍ଦ ଆରୋରା ଏ ବିଷୟରେ କିଛି ମନ୍ତବ୍ୟ ଦେଇନାହାନ୍ତି ।

wp:html /wp:html

ପୂର୍ବରୁ ଏହି ମହିଳା ଅଫିସର ଫେସବୁକ୍ ଏବଂ ଟ୍ୱିଟରରେ ହିନ୍ଦୀରେ , “ମୁଁ ରାନୀ ନଗର , ରତନ ସିଂ ନଗରଙ୍କ ଝିଅ । ଗାଜିଆବାଦ ଗାଁ ବାଦଲପୁର, ତହସିଲ ଦାଦ୍ରି, ଜିଲ୍ଲା ଗୌତମ ବୁଦ୍ଧ ନଗର ନିବାସୀ । ଏଠାରେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଆଇଏଏସରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ଗତ ଗୁରୁବାରରେ ପୋଷ୍ଟ କରିଥିଲେ ।

” କର୍ଫ୍ୟୁ ଏବଂ ଲକଡାଉନ୍ ହଟାଯିବା ପରେ ମୁଁ ଇସ୍ତଫା ଦେବି ଏବଂ ସରକାରଙ୍କ ଅନୁମତି ନେବା ପରେ ଗାଜିଆବାଦରେ ମୋର ପିତାମାତା ଘରକୁ ଯିବି “ବୋଲି ସେ କହିଛନ୍ତି। ଗତ ବର୍ଷ ହରିୟାଣା ସରକାରୀ ଅଧିକାରୀ ଏବଂ କିଛି ପୁଲିସ ଅଧିକାରୀଙ୍କ ବିରୋଧରେ ଚଣ୍ଡିଗଡ଼ କୋର୍ଟରେ ରାନୀ ନଗର ଅଭିଯୋଗ କରିଥିଲେ।

ଏବେ ରାଣୀ ନାଗର ନିଜ ପଦବୀରୁ ଇସ୍ତଫା ଦେବା ସହ ନିଜ ଘରକୁ ଫେରିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.