ପୂର୍ବରୁ ଥିଲା ବିବାହିତ, ଚାକିରୀ ଦେବା ନାଁରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସିମଲା ନେଇ କଲା ଦୁଷ୍କର୍ମ

ନୂଆଦିଲ୍ଲୀ ୨୭/୮: ପ୍ରଥମେ ଚାକିରୀ ଦେବା ନାଁରେ ଯୁବତୀଙ୍କୁ ସିମଲା ନେଇ ଯାଇ ଦୁଷ୍କର୍ମ କଲା ଆଉ ତା ପରେ ତାର ପଇସା ହଡପ କଲା । ଏହାପରେ ପ୍ରଥମ ବିବାହ ଲୁଚାଇ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରି ତାଙ୍କୁ ନିର୍ଯାତନା ଦେଲା । ମାମଲାରେ ବାରାଣାସୀର ଲାଲପୁର-ପାଣ୍ଡେୟପୁର ଥାନାରେ ଦୌଲତପୁର ଅଞ୍ଚଳର ଯୁବତୀ ଲକ୍ଷ୍ନୌର ମୋହନଲାଲଗଞ୍ଜ ନିବାସୀ ରାଜେଶ କୁମାର ଓ ଗୁଡିୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ।

ପୀଡିତାଙ୍କ ଅଭିଯୋଗ ଏହା ଯେ ରାଜେଶ ବିବାହ ପୂର୍ବରୁ ଅଧ୍ୟାପିକା ଚାକିରୀ ଦେବେ କହି ୨୦୧୯ରେ ତାଙ୍କ ପଇସା ହଡପ କରିନେଲେ । ଏହା ପରେ ସିମଲା ନେଇଯାଇ ଖାଦ୍ୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କଲେ । ଅଭିଯୋଗ କରିବା ପରେ ୨୦୧୯ରେ ବିବାହ କଲେ । କିନ୍ତୁ ତାଙ୍କର ପୂର୍ବରୁ ଜଣେ ପତ୍ନୀ ଥିବା କଥା ଲୁଚାଇଥିଲେ ।

ଏହା ପରେ ଲକ୍ଷ୍ନୌ ଯିବାପରେ ଜଣା ପଡିଲା ଯେ ସେ ପୂର୍ବରୁ ଗାୟତ୍ରୀ ଓରଫ ଗୁଡିୟାଙ୍କୁ ବିବାହ କରିଥିଲେ । ଅଭିଯୋଗ ଏହା ଯେ ରାଜେଶ ଓ ଗୁଡିୟା ଉଭୟ ମିଶି ତାଙ୍କୁ ମାରପିଟ୍ କରି ତାଙ୍କ ସୁନା ଗହଣା ଛଡାଇ ନେଇଥିଲେ । ତେବେ ଅଭିଯୋଗ ଆଧାରରେ ପୋଲିସ ରାଜେଶ ଓ ପ୍ରଥମ ପତ୍ନୀ ଗୁଡିୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର