ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହରିଣ ଶିକାର ଉଦ୍ୟମ: ଦୁର୍ଦ୍ଦାନ୍ତ ଶିକାରୀ ସଫାଦର ଖାନ୍‌ ଗିରଫ, ବନ୍ଧୁକ, ଗୁଳି ଓ ଏକ ହେଡ୍‌ ଲାଇଟ୍‌ ଜବତ

ଭୁବନେଶ୍ୱର ୨୫/୫: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଦୁର୍ଦ୍ଦାନ୍ତ ହରିଣ ଶିକାରୀ ସଫାଦର ଖାନ୍‌(୩୯) ଗିରଫ ହୋଇଛି। ଶିକାର ପାଇଁ ସେ ଅଭୟାରଣ୍ୟରେ ପଶିଥିବାବେଳେ ଡମପଡ଼ା ରେଞ୍ଜ୍‌ ବନ କର୍ମଚାରୀମାନେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସଫାଦରଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ଏକ ହେଡ୍‌ ଲାଇଟ୍‌ ଜବତ ହୋଇଛି । ଆଜି ତାଙ୍କୁ ବାଙ୍କୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ସଫାଦରଙ୍କ ଘର ଖୋର୍ଦ୍ଧା କେରଙ୍ଗ । ସେ ଜଣେ ପେଶାଦାର ହରିଣ ଶିକାରୀ । ସେ ଦୀର୍ଘବର୍ଷ ହେଲା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ହରିଣ ଶିକାର କରି ମାଂସ ବିକ୍ରି କରନ୍ତି । ୬ ମାସ ତଳେ ମଧ୍ୟ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ବେଳେ ସେ ବନ କର୍ମଚାରୀଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ । ତେଣୁ ଡମପଡ଼ା ରେଞ୍ଜ୍‌ କର୍ମଚାରୀଙ୍କ ଟାର୍ଗେଟରେ ଥିଲେ ସଫାଦର । ଗତକାଲି ରାତିରେ ସଫାଦର ଅଭୟାରଣ୍ୟ ଭିତରକୁ ପଶିଥିବା ବନ କର୍ମଚାରୀ ଜାଣିବାକୁ ପାଇଥିଲେ । ତେଣୁ ବିଳମ୍ବିତ ରାତିରେ ରେଞ୍ଜ୍‌ ଅଫିସର ସଂଗ୍ରାମ ମହାନ୍ତି, ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର ଓ ଫରେଷ୍ଟର ବାଲେଶ୍ୱର କଅଁର ପ୍ରମୁଖ ଅଭୟାରଣ୍ୟ ଚଢ଼ଉ କରିଥିଲେ । ଆଜି ଭୋର ୪ଟା ସମୟରେ ସଫାଦର ବନବିଭାଗ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟିମ୍‌ ତାଙ୍କୁ ମାଡ଼ି ବସିଥିଲେ । ଆଜି ସକାଳେ ଏସିଏଫ୍‌ ରମାକାନ୍ତ ନାୟକ ସଫାଦରଙ୍କୁ ଜେରା କଲାବେଳେ ସେ ଅଭୟାରଣ୍ୟରୁ ଅନେକ ହରିଣ ଶିକାର କରିଥିବା ସ୍ୱୀକାର କରିଥିଲେ ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ