ଅସହାୟକୁ ଭଗବାନ ସାହା : ଅନାଥ ଝିଅ ଚାନ୍ଦିନୀ ଏବେ ବଡ ଘରର ବୋହୁ

ଭୁବନେଶ୍ବର ୨୮।୨ : କଥାରେ ଅଛି ଯେତେ ଭାଇ ସେତେ ଘର ଆଉ ଯେତେ ଝିଅ ସେତେ ବର । ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ଥୋଇବ କେହି କହିପାରିବେନି, ନହେଲେ ଭଙ୍ଗା ଦଦରା ଘରେ ଛୋଟରୁ ବଡ ହୋଇଥିବା ବାପ ଛେଉଣ୍ଡ ଝିଅ ଏତେ ବଡ଼ ଘରର ବୋହୁ ହୋଇ ନ ଥାନ୍ତା ।

ତାଙ୍କ ହାତ ଧରିଥିବା ଯୁବ ବ୍ୟବସାୟୀ ସମାଜ ସେବା କରୁ କରୁ ଆଶ୍ରମର ଏହି ନିରାଶ୍ରୟ ଝିଅ ପ୍ରତି ଆଶକ୍ତି ହୋଇ ପଡିଲେ ଜାଣି ପାରିଲେ ନାହିଁ । ପରିବାର ବିବାହବାର୍ଷିକୀ, ଜନ୍ମୋତ୍ସବ ଏକୋଇଶିଆ, ଆଦି ପର୍ବ ଅବସରରେ ନିୟମିତ ଆସୁଥିଲେ ବରଗଡ଼ ସିମେଣ୍ଟ ଫେକ୍ଟ୍ରି ନିକଟରେ ଥିବା ଏହି ବାଲ୍ୟଶ୍ରମକୁ । ଏହି ଆଶ୍ରମରେ ହୋଇଗଲା ପ୍ରେମ । ତାପରେ ପରିବାରର ସହମତି କ୍ରମେ ବିବାହ । ଆଉ ଏହି ବିବାହୋତ୍ସଵରେ ଯୋଗ ଦେଇଥିଲେ ଡାକ୍ତର, ସାମ୍ବାଦିକ, ଓକିଲ, ସମାଜସେବି, ରାଜନେତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ବିବାହୋତ୍ସଵକୁ ଦେଖିଲେ ଆଦୌ ଜଣା ପଡୁନଥିଲା ଏହା ଗୋଟେ ଅନାଥ ଝିଅର ବାହାଘର ବୋଲି ।

ଦୀର୍ଘ ୨୧ ବର୍ଷ ପୂର୍ବେ ବରଗଡ ସହରର ଘରେ ଘରେ ଏ ଗଳିରୁ ସେ ଗଳିରେ ଭିକ ମାଗି ପେଟ ପୋଷଣ କରୁଥିଲେ ଚାନ୍ଦିନୀଙ୍କ ଅନ୍ଧୁଣୀ ମା। ସେ ସମୟରେ ମାତ୍ର ୬ ମାସର ଥିଲେ ଚାନ୍ଦିନୀ। ଏ ପରି ଅବସ୍ଥା ଦେଖି  ପରି ସ୍ଥାନୀୟ ଲୋକେ ବିମଳା ଦେବି ଅନାଥା ଆଶ୍ରମରେ ଛାଡି ଚାଲିଯାଇଥିଲେ ଅନ୍ଧୁଣୀ ମା ଓ ଚାନ୍ଦନୀକୁ। ତାଙ୍କ ଅନାଥା ଆଶ୍ରମର ଦାୟିତ୍ୱରେ ଥିବା ଦୁଇ ଦମ୍ପତି ପାଲଟି ଯାଇଥିଲେ ମାଆ ବାପା। ଆଶ୍ରମରେ ଥିବା ଅନେକ ଶିଶୁଙ୍କ ସହିତ ନିଜ ପରିବାର ମାନିନେଇଥିଲେ। ପହଞ୍ଚିଲେ ଯୌବନ ଅବସ୍ଥାକୁ, ସମସ୍ତ ଝିଅଙ୍କ ପରି ତାଙ୍କ ଆଖିରେ ମଧ୍ୟ ଥିଲା ଅନେକ ସ୍ଵପ୍ନ ହେଲେ ଅନାଥ ଝିଅକୁ  କିଏ ବା ବାହା ହେବ କିଏ ତାକୁ ନେଇ ଘର ସଂସାର କରିବ ନିଜ ସ୍ଵପ୍ନକୁ ମନରେ ଦବେଇ ନିଜ ଭାଗ୍ୟକୁ ଅଦରିନେଇଥିଲେ ଚାନ୍ଦିନୀ। ହେଲେ କଥାରେ ଅଛି ନା ଯାହାର କେହି ନାହାନ୍ତି ତାର ସାହା ହଉଛନ୍ତି ଭଗବାନ। ଠିକ ସେହିପରି ଆଜି ବରଗଡରେ ଥିବା (ବାତ୍ସଲ୍ୟ) ନାମକ ସାମାଜିକ ସଂସ୍ଥା ଚାନ୍ଦନୀ ପାଇଁ କରିଛନ୍ତି ବିବାହର ଆୟୋଜନ ଏବଂ ତାଙ୍କ ପାଇଁ ଖୋଜି ଆଣିଛନ୍ତି ଏକ ସୁଯୋଗ୍ୟ  ବର ଏବଂ ସୁଯୋଗ ଦେଇଛନ୍ତି ଏକ ବଡଘର ର ବହୁ ହେବାର ।

ମଥାରେ ଓଢଣୀ , ହାତରେ ମେହେନ୍ଦି, ପାଦରେ ଅଳତା, ନିଜ ମଥାରେ ସ୍ୱାମୀଙ୍କ ନାମର ସିନ୍ଦୁର ପିନ୍ଧି ଅଗ୍ନିକୁ ସାକ୍ଷୀ କରି  ସମସ୍ତ ହିନ୍ଦୁ ରୀତି ନୀତିରେ ହସ୍ତ ବନ୍ଧନ ପକାଇ ହୋଇଛନ୍ତି ବିବାହ। ବରଗଡ ଡାଙ୍ଗ ସ୍ଥିତ ରାଣିସତୀ ମନ୍ଦିର ରେ ସମସ୍ତ ବର ପକ୍ଷର ପରିବାର ଓ ଅନାଥା ଆଶ୍ରମ ର କାର୍ଜ୍ୟକର୍ତା ଓ ତାଙ୍କ ସାଙ୍ଗ ସାଥି ଙ୍କ ଉପସ୍ଥିତିରେ ସମ୍ପୂର୍ଣ ହୋଇଛି ବିବାହ, ହେଲେ ଏବେ ସମୟ ହୋଇଛି ବିଦାୟ ନେବାର ଯିବାକୁ ହେବ ଶାଶୁଘର, ଆଶ୍ରମ ବିତେଇଥିବା  କୁନି କୁନି ଭାଇ ଭଉଣୀ ଓ ତାଙ୍କ ପରିବାର ଯେଉଁଠାରେ ସେ ଦୀର୍ଘ ୨୧ ବର୍ଷ କାଳ ପର୍ଯ୍ୟନ୍ତ ରହିଆସିଥିଲେ କେମିତି ଭୁଲିବେ ସେ ଅଭୂଲା ସ୍ମୃତି ସେ ବାଲ୍ୟ ଜୀବନ କାଳ ସେ ସବୁ ଭାବି ତାଙ୍କ ଆଖିରୁ ଲୁହ ଝରିବା ବନ୍ଦ ପଡୁ ନାହି, ଖାଲି ସେତିକି ନୁହଁ ଆଶ୍ରମର ସମସ୍ତ  ଅନ୍ତେବାସୀ ପାଳିତା ମା ବାପା ଆଜି ସମସ୍ତେ ସ୍ତବ୍ଧ ହେଲେ ବିଧିର ବିଧାନ ଯାହା ବି ହେଉ ଆଗକୁ ଚାନ୍ଦନୀ ଏକ ସୁଖର ସଂସାର ଗଢିବେ ଏବଂ ତାଙ୍କ ଜୀବନରେ କେବେବି ଆଉ ଦୁଖ ଫେରିବ ନ।ହିଁ  ବୋଲି ମଙ୍ଗଳ କାମନା ଆଶ୍ରମରେ ଚାନ୍ଦିନୀଙ୍କ ବାପା ଓ ଶୁଭେଛୁ ।  

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଆଜି ମହାପ୍ରଭୁଙ୍କ ବାମନ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଉ ୫ ଦିନ ପରେ ନାଗାର୍ଜୁନ ବେଶ: ହରଚଣ୍ଡୀ ସାହି ଚକ୍ରକୋଟରେ ବେଶ ପ୍ରସ୍ତୁତି ଦେଖିଲେ ଅଧିକାରୀ