PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସର୍ବକନିଷ୍ଠ ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ, ଦେଖନ୍ତୁ ବିଜେଡିର ୨୧ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ୨/୪: ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା ସହିତ ବିଜେଡିର ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ସମାପ୍ତ ହୋଇଛି । ଢେଙ୍କାନାଳରୁ ମହେଶ ସାହୁ ଏବଂ କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ୧୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଦଳ ।

ଅନେକ ଲୋକସଭା ଓ ବିଧାନସଭା ଆସନ ପାଇଁ ଦଳ ନୂଆ ମୁହଁକୁ ସୁଯୋଗ ଦେଇଛି । ତେବେ କେନ୍ଦୁଝରରୁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରାଣୀ ହେଉଛନ୍ତି ସର୍ବକନିଷ୍ଠ ଲୋକସଭା ପ୍ରାର୍ଥୀ । ଚନ୍ଦ୍ରାଣୀ ମୁର୍ମୁ ଗତକାଲି ବିଜେଡିରେ ଯୋଗଦେଇଥିଲେ । ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ପୂର୍ବତନ କଂଗ୍ରେସ ସାଂସଦ ହରିହର ସୋରେନଙ୍କ ନାତୁଣୀ । ତେବେ ଚନ୍ଦ୍ରାଣୀ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ।

ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ନବୀନ । ଏବେ କେନ୍ଦୁଝରରୁ ଲଢିବେ ଯୁବନେତ୍ରୀ ଚନ୍ଦ୍ରାଣୀ । ଅବଶ୍ଯ ତାଙ୍କୁ ନୂଆ ମୁହଁ କହିବା ଠିକ୍ ହେବନି । ସିଧାସଳଖ ଭାବେ ଜଡିତ ନଥିଲେ ମଧ୍ଯ ରାଜନୀତି ତାଙ୍କ ରକ୍ତରେ ରହିଛି । ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ କଂଗ୍ରେସ ସାଂସଦ ହରିହର ସୋରେନଙ୍କ ନାତୁଣୀ । ତେବେ ଚନ୍ଦ୍ରାଣୀ ରାଜନୀତିରେ କେମିତି ଗୋଟି ଚଳାଉଛନ୍ତି ଦେଖିବା ବାକି ରହିଲା । ଅନ୍ଯପଟେ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରିବା ଫଳରେ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କ ଟିକେଟ କଟିଛି । ଟିକେଟ ନମିଳିବା ଯୋଗୁଁ ଶକୁନ୍ତଳା ବିଜେଡି ଛାଡିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।  

ବିଜେଡିର ୨୧ ଲୋକସଭା ଆସନ ପ୍ରାର୍ଥୀ ତାଲିକା

ବ୍ରହ୍ମପୁର –  ଚନ୍ଦ୍ରଶେଖର ସାହୁ
ନବରଙ୍ଗପୁର – ରମେଶ ମାଝୀ
କୋରାପୁଟ – କୌଶଲ୍ୟା ହିକକ୍କା
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂଦେଓ
ବରଗଡ- ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ- ସୁନୀତା ବିଶ୍ବାଳ
ବଲାଙ୍ଗିର- କଳିକେଶ ସିଂଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଆସ୍କା- ପ୍ରମିଳା ବିଶୋୟୀ
ଭୁବନେଶ୍ବର- ଅରୁପ ପଟ୍ଟନାୟକ
ସମ୍ବଲପୁର- ନଳୀନକାନ୍ତ ପ୍ରଧାନ
ପୁରୀ- ପିନାକୀ ମିଶ୍ର
କେନ୍ଦ୍ରାପଡା- ଅନୁଭବ ମହାନ୍ତି
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ଯାଜପୁର- ସସ୍ମିତା ସେଠୀ
ବାଲେଶ୍ବର- ରବୀନ୍ଦ୍ର ଜେନା
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି
କଟକ- ଭର୍ତ୍ତୃହରି ମହତାବ
କେନ୍ଦୁଝର- ଚନ୍ଦ୍ରାଣୀ ମୁର୍ମୁ
ଢେଙ୍କାନାଳ- ମହେଶ ସାହୁ

ଅଧିକ ପଢନ୍ତୁ ୨ ଲୋକସଭା ଓ ୭ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି