ଆଜି ସକାଳ ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ଚନ୍ଦ୍ରକକ୍ଷରେ ପ୍ରବେଶ କରିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ ୨୦/୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ଛଡାଯାଇଥିବା ଚନ୍ଦ୍ରଯାନ-୨ ମଙ୍ଗଳବାର ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ । ଏଥିପାଇଁ ଇସ୍ରୋ ସକାଳେ ଚନ୍ଦ୍ରଯାନରେ ଲାଗିଥିବା ତରଳୀକୃତ ଇଞ୍ଜିନକୁ ଚାଲୁ କରିବ । ସକାଳ ୮ଟା ୩୦ରୁ ୯ଟା ୩୦ ଭିତରେ ଇସ୍ରୋ ଏଭଳି ପଦକ୍ଷେପ ନେବ ।

ଏହାପରେ ଚନ୍ଦ୍ରଯାନ-୨ର କକ୍ଷ ପଥରେ ଇସ୍ରୋ ଚାରିଥର ପରିବର୍ତ୍ତନ କରିବ ଏବଂ ତା’ର ଦିଗ ଓ ଗତି ବଦଳାଇ ତା’କୁ ଚନ୍ଦ୍ରର ଦକ୍ଷିଣ ମେରୁ ଉପରକୁ ନେବ । ଏହି ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠରୁ ୧୦୦ କିମି ଦୂରତାରେ ଅବସ୍ଥାପିତ କରାଯିବ । ସେପ୍ଟେମ୍ବର ୨ରେ ଏହି ମହାକାଶଯାନରୁ ଲ୍ୟାଣ୍ଡର ବିକ୍ରମ ପୃଥକ୍‌ ହେବ । ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ସେଥିରୁ ରୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ରପୃଷ୍ଠରେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା ଚଳାଇବ । ଜୁଲାଇ ୨୨ରେ ଏକ ଜିଏସ୍‌ଏଲ୍‌ଭି ଏମକେ-୩ ରକେଟ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରାଯାଇଥିଲା । ଚଳିତ ମାସ ୧୪ ତାରିଖରେ ଏହା ପୃଥିବୀର କକ୍ଷ ଛାଡି ଚନ୍ଦ୍ରର କକ୍ଷ ଆଡକୁ ଗତି କରିବା ଆରମ୍ଭ କରିଥିଲା ।

ଭାରତ ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ପ୍ରେରଣ କରିଥିଲା । ଏହାପରେ ୨୦୧୩ରେ ଇସ୍ରୋ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧ୍ୟୟନ ପାଇଁ ଆଉ ଏକ ମହାକାଶଯାନ ପ୍ରେରଣ କରିଥିଲା । ଚନ୍ଦ୍ରଯାନ-୨ ମିଶନ ସଫଳ ହେଲେ ଏହା ଭାରତ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହେବ ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି