ଆଜିଠୁ ଚନ୍ଦ୍ରଯାନର ଅସଲ ପରୀକ୍ଷା; ସୋମବାର ଦିନ ଅର୍ବିଟରରୁ ପୃଥକ ହେବ ଲ୍ୟାଣ୍ଡର

ନୂଆଦିଲ୍ଲୀ ୧/୯ : ଭାରତ ଦ୍ୱାରା ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରଦକ୍ଷିଣ କରୁଥିଲା ବେଳେ ୪ଥର ଏହାର ପଥ ପରିବର୍ତ୍ତନ କରାଯାଇ ସାରିଛି । ଆସନ୍ତାକାଲି (ରବିବାର) ଶେଷ ଥର ପାଇଁ ଏହାର ପଥ ପରିବର୍ତ୍ତନ କରାଯିବ । ଗତ ଶୁକ୍ରବାର ଚତୁର୍ଥ ଥର ପାଇଁ ଏହାର କକ୍ଷ ପଥରେ ପରିବର୍ତ୍ତନ କରାଯାଇ ଏହାକୁ ଚନ୍ଦ୍ରର ଆହୁରି ନିକଟତର କରାଯାଇଥିଲା । ରବିବାର ଏହାର କକ୍ଷ ପଥରେ ଶେଷ ପରିବର୍ତ୍ତନ କରାଯିବ ଯାହାଦ୍ବାରା ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠ ଠାରୁ ମାତ୍ର ୧୦୦ କିମି ଉଚ୍ଚରେ ଅବସ୍ଥାପିତ ହେବ । କୁହାଯାଉଛି କି ରବିବାର ଠାରୁ ଚନ୍ଦ୍ରଯାନ-୨ର ଅସଲ ପରୀକ୍ଷା ଆରମ୍ଭ ହେବ ।

ସୋମବାର ଚନ୍ଦ୍ରଯାନ-୨ରେ ଲାଗିଥିବା ଲ୍ୟାଣ୍ଡର ବିକ୍ରମ ଅର୍ବିଟର ଠାରୁ ପୃଥକ୍‌ ହୋଇ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରିବ । ବିକ୍ରମ ଲ୍ୟାଣ୍ଡର ଭିତରେ ରହିଥିବା ପ୍ରଜ୍ଞାନ ରୋଭରକୁ ଧରି ଚନ୍ଦ୍ରର ଆହୁରି ନିକଟତର ହେବ । ସେପ୍ଟେମ୍ବର ୩ ତାରିଖରେ ବିକ୍ରମ ଲ୍ୟାଣ୍ଡରର ସ୍ଥିତି ଯାଞ୍ଚ କରିବା ଲାଗି ଇସ୍ରୋ ବୈଜ୍ଞାନିକମାନେ ୩ ସେକେଣ୍ଡ ପାଇଁ ଏହାର ଇଞ୍ଜିନକୁ ଅନ୍‌ କରିବେ ଏବଂ ଏହାର କକ୍ଷପଥରେ କିଛି ପରିବର୍ତ୍ତନ କରିବେ । ସେପ୍ଟେମ୍ବର ୪ରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି କକ୍ଷର ସର୍ବାଧିକ ଦୂରତା ୯୭ ଓ ସର୍ବନିମ୍ନ ଦୂରତା ୩୫ କି.ମି. ରହିବ । ପରବର୍ତ୍ତୀ ୩ ଦିନ ପର୍ଯନ୍ତ୍ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରକୁ ପରିକ୍ରମା କରିବା ସହ ଧିରେ ଧିରେ ଏହାର ଦକ୍ଷିଣ ମେରୁର ନିକଟତର ହେବ । ଏହି ସମୟ ଭିତରେ ବେଜ୍ଞାନିକମାନେ ଲ୍ୟାଣ୍ଡର ଓ ରୋଭରକୁ ଭଲ ଭାବେ ଯାଞ୍ଚ କରିବେ ।

ସେପ୍ଟେମ୍ବର ୭ ବିଳମ୍ବିତ ରାତି ପ୍ରାୟ ୧ଟା ୫୫ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିବ । ଲ୍ୟାଣ୍ଡର ବିକ୍ରମର ଅବତରଣ ସଫଳ ହେଲେ ସେଥିରେ ସଂଯୁକ୍ତ ରୋଭର ପ୍ରଜ୍ଞାନ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର ଅଞ୍ଚଳରେ ବିଚରଣ କରିବ ଏବଂ ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ । ଉଭୟ ଲ୍ୟାଣ୍ଡର ଓ ରୋଭର ୧୪ ଦିନ ପାଇଁ ସେଠାରେ କାର୍ଯ୍ୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହିଦିନ ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିବାର ସିଧା ପ୍ରସାରଣ ଦେଖିବେ । ବେଙ୍ଗାଲୁରୁସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ୬୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା । ଅଗଷ୍ଟ ୧୪ରେ ଏହା ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଆଡକୁ ଗତି କରିଥିଲା ଏବଂ ୨୦ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା । ୨୦୦୮ରେ ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ଅଧ୍ୟୟନ ସକାଶେ ଏକ ମହାକାଶ ଯାନ (ଚନ୍ଦ୍ରଯାନ-୧)ପ୍ରେରଣ କରିଥିଲା । ଏବେ ଯେଉଁ ମହାକାଶ ଯାନ ପ୍ରେରଣ କରାଯାଇଛି, ତାହା ହେଉଛି ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ । ଏହି ମିଶନ ସଫଳ ହେଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହେବ ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା