PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଚନ୍ଦ୍ର ମିସନ ୯୫% ସଫଳ; ଲ୍ୟାଣ୍ଡର ସହ ସମ୍ପର୍କ ତୁଟିଲେ ବି ଜାରି ରହିବ ମିସନ: କେ ଶିବନ

ବେଙ୍ଗାଲୁରୁ ୮/୯ : ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୯୫ ଧ ସଫଳ ହୋଇଛି । ବର୍ତ୍ତମାନ ଚନ୍ଦ୍ରଯାନ-୨ର ଅର୍ବିଟର ସକ୍ରିୟ ରହିଛି । ୫ ଧ ସମସ୍ୟା କେବଳ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ କ୍ଷେତ୍ରରେ ଘଟିଛି । ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିପାରିଲା ନାହିଁ । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ରହି ନଥିଲେ ମଧ୍ୟ ଏହି ମିସନ ଜାରି ରହିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ।

ଇସ୍ରୋ ଆଜି ଏକ ବିବୃତ୍ତି ଜାରି କରି କହିଛି, ଭାରତର ଅନ୍ୟାନ୍ୟ ମହାକାଶ କାର୍ଯ୍ୟକ୍ରମ ଠାରୁ ଚନ୍ଦ୍ରଯାନ-୨ ଥିଲା ଭିନ୍ନ ତଥା ଜଟିଳ ମିସନ । ଚନ୍ଦ୍ରଯାନ-୨ ମିସନକୁ ଯଦି ପ୍ରତ୍ୟେକ ପର୍ଯ୍ୟାୟରେ ଅନୁଧ୍ୟାନ କରାଯିବ ତେବେ ଏହା ୯୦-୯୫ ପ୍ରତିଶତ ସଫଳ ହୋଇଛି । ଶୁକ୍ରବାର-ଶନିବାର ରାତି ୧ଟା ୫୫ ମିନିଟ୍‌ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଲକ୍ଷ୍ୟ ରଖାଯାଇଥିଲା । ସେହି ଅନୁସାରେ ଲ୍ୟାଣ୍ଡର ବିକ୍ରମ ୩୫ କି.ମି. ଉଚ୍ଚରୁ ଚନ୍ଦ୍ରପୃଷ୍ଠକୁ ୧ଟା ୪୦ ମିନିଟରେ ଖସିବା ଆରମ୍ଭ କରିଥିଲା ।

ପ୍ରଥମେ ଲ୍ୟାଣ୍ଡର ବିକ୍ରମର ରଫ ବ୍ରେକିଂ ଓ ପରେ ଫାଇନ ବ୍ରେକିଂ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହାର ସବୁ ସେନ୍‌ସର ଓ ଉପକରଣ ଠିକ୍‌ ଭାବେ କାର୍ଯ୍ୟ କରୁଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠ ଛୁଇଁବାର ଠିକ୍‌ ୬୯ ସେକେଣ୍ଡ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ତୁଟି ଯାଇଥିଲା । ତା ସହ ଆଉ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ସେହି ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ୨.୧ କି.ମି. ଉପରେ ଥିଲା । ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ୩ଲକ୍ଷ ୮୪ ହଜାର କି.ମି. ହୋଇଥିବା ବେଳେ ଲ୍ୟାଣ୍ଡର ବିକ୍ରମ ପ୍ରାୟ ୩ଲକ୍ଷ ୮୩ ହଜାର ୯୯୮ କି.ମି ଯାତ୍ରା କରିଥିଲା । ହେଲେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରି ନଥିଲା । କିନ୍ତୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ପତ୍ତା ନମିଳିଲେ ମଧ୍ୟ ଚନ୍ଦ୍ରଯାନ-୨ ମିସନ ଜାରି ରହିବ ।

ଗତ ସୋମବାର ଅର୍ବିଟରରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଅର୍ବିଟର ସେହି ସ୍ଥାନରେ ବର୍ତ୍ତମାନ ରହିଛି । ଚନ୍ଦ୍ରଠାରୁ ଏହା ସର୍ବାଧିକ ୧୨୭ ଓ ସର୍ବନିମ୍ନ ୧୧୯ କି.ମି. ଦୂରତାରେ ପରିଭ୍ରମଣ କରୁଛି । ପ୍ରାୟ ୨,୩୭୯ କିଲୋଗ୍ରାମ ଓଜନ ବିଶିଷ୍ଟ ଅର୍ବିଟରରେ ୮ ପେଲୋଡ ରହିଛି । ସେଥିରେ ସବୁଠାରୁ ଅତ୍ୟାଧୁନିକ କ୍ୟାମେରା (୦.୩ମି) ଲଗାଯାଇଛି । ଯେତେ ଚନ୍ଦ୍ର ଅଭିଯାନ ହୋଇଛି ସେହି ସମସ୍ତ ଅଭିଯାନଠାରୁ ଅର୍ବିଟରରେ ଲଗାଯାଇଥିବା କ୍ୟାମେରା ଯଥେଷ୍ଟ ଉନ୍ନତ । ଏଥିରେ ହାଇ-ରିଜୋଲ୍ୟୁସନ ଫଟୋ ଉଠାଯାଇପାରିବ । ଯାହା ସମଗ୍ର ବିଶ୍ୱରେ ବୈଜ୍ଞାନିକ ସମୁଦାୟ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ । ପୂର୍ବରୁ ଅର୍ବିଟର ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ତାକୁ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ଚନ୍ଦ୍ରଯାନ-୨ ଅଭିଯାନ ୧୦୦ ପ୍ରତିଶତ ସଫଳ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଦାବି କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅର୍ବିଟର ସହାୟତାରେ ଲ୍ୟାଣ୍ଡର ବିକ୍ରମକୁ ଠାବ କରିବା ସମ୍ଭବ ହୋଇପାରିବ । ଅର୍ବିଟର ୭ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବ । ସେଥିରୁ ମିଳିଥିବା ତଥ୍ୟକୁ ଆଧାର କରି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ, ଖଣିଜଦ୍ରବ୍ୟ କିମ୍ବା ଅନ୍ୟ ଶକ୍ତି ଉତ୍ସବର ସନ୍ଧାନ କରାଯାଇପାରିବ । ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂର ୪ ପର୍ଯ୍ୟାୟରୁ ୩ ପର୍ଯ୍ୟାୟ ଠିକ୍‌ ଭାବେ କରାଯାଇଥିଲା । କିନ୍ତୁ ଶେଷ ପର୍ଯ୍ୟାୟକୁ ଠିକ୍‌ ଭାବେ ପରିଚାଳନା କରାଯାଇପାରିଲା ନାହିଁ । ଯେଉଁଥି ପାଇଁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ତୁଟି ଯାଇଥିଲା । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମର ଅନୁସନ୍ଧାନ କରାଯିବ । ତା ସହିତ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ ହେବ । ସେହିଭଳି ଏହି ମିସନର ପ୍ରଭାବ ଅନ୍ୟ କୌଣସି ପ୍ରୋଜେକ୍ଟ ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ୨୦୨୦ ବେଳକୁ ଗଗନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ଅଧୀନରେ ମହାକାଶକୁ ମଣିଷ ପଠାଇବା ଲାଗି ଯୋଜନା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି ଉତ୍ସ, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି କି ନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରିବା ଲାଗି ଚନ୍ଦ୍ରୟାନ-୨ ଅଭିଯାନ ଆରମ୍ଭ କରାଯାଇଥିଲା । ସବୁଠାରୁ ବଡକଥା ହେଉଛି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହାକୁ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଥିଲେ । ଯେଉଁ ଅଞ୍ଚଳକୁ ବିଶ୍ୱର କୌଣସି ଦେଶ ପହଞ୍ଚି ପାରିନାହାନ୍ତି । ସେଥିପାଇଁ ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ ତାରିଖରେ ସଫଳତାର ସହ ମହାକାଶକୁ ପଠାଯାଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍‌ଏଲ୍‌ଭି ମାର୍କ-୩ ଏମ୍‌୧ (ବାହୁବଳୀ) ରକେଟ ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିଥିଲା ।

ପ୍ରକ୍ଷେପଣର ମାତ୍ର ୧୬ ମିନିଟ୍‌ ୩୩ ସେକେଣ୍ଡରେ ମହାକାଶଯାନ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ପୃଥିବୀର କକ୍ଷପଥରେ ଏହା ଦୀର୍ଘ ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ରେ ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ଚନ୍ଦ୍ରଯାନ-୨ର କକ୍ଷପଥ ୫ ଥର ପରିବର୍ତ୍ତନ କରାଯାଇଥିଲା । ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୨ରେ ଅର୍ବିଟର ଠାରୁ ପୃଥକ ହୋଇ ଲ୍ୟାଣ୍ଡର ବିକ୍ରମ ନିଜ ସାଥୀରେ ରୋଭର ପ୍ରଜ୍ଞାନକୁ ଧରି ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିଥିଲା ।

ସମ୍ବନ୍ଧିତ ଖବର