ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସୃଷ୍ଟି କରିବା ଚେଷ୍ଟାରେ ନାସା,ଏବେ ପଠାଇଲା ଏହି ମେସେଜ୍

ନୂଆଦିଲ୍ଲୀ,୧୨।୯: ଚନ୍ଦପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିବାର ମାତ୍ର କିଛି ସମୟ ପୂର୍ବରୁ ଇସ୍ରୋ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ କରିବାକୁ ବୈଜ୍ଞାନିକମାନେ ଲାଗିପଡିଛନ୍ତି। କେବଳ ଭାରତୀୟ ବୈଜ୍ଞାନିକ ନୁହେଁ ବଂର ଆମେରିକାର ମହାକାଶ ଏଜେନ୍ସି ନାସା ମଧ୍ୟ ବିକ୍ରମ ସହିତ ଯୋଗାଯୋଗ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ନାସା ପକ୍ଷରୁ ବିକ୍ରମକୁ ‘ହାଲୋ’ କହି ମେସେଜ ପଠାଯାଇଛି।

ଉଲ୍ଲେଖନୀୟ ଯେ ଗତ ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ ପରେ ଚନ୍ଦ୍ର ପୃଷ୍ଠରେ ପଡିଯାଇଥିଲା। କିନ୍ତୁ ଏଥିରେ ବିକ୍ରମ ଭାଙ୍ଗିନାହିଁ ଏବଂ ସୁରକ୍ଷିତ ରହିଛି ବୋଲି ଇସ୍ରୋର ଅଧ୍ୟକ୍ଷ କେ.ସିଭନ ସୂଚନା ଦେଇଥିଲେ। ଏବେ ଇସ୍ରୋ ସହିତ ନାସା ମଧ୍ୟ ନିଜର ଡିପ୍ ସ୍ପେସ୍ ନେଟଓ୍ବର୍କ(ଡିଏସଏନ୍)ର ଜେଟ୍ ପ୍ରପଲଶନ୍ ଲାବ୍ରୋଟରି(ଜେପିଏଲ) ସହିୀତ ବିକ୍ରମକୁ ଏକ ରେଡିଓ ବାର୍ତ୍ତା ଦେଇଛି। ନାସାର ଏକ ସୁତ୍ରରୁ ଏ ସମ୍ପର୍କରେ ସୂଚନା ମିଳିଛି। ଏହା ମଧ୍ୟରେ ଗତ ୬ ଦିନ ହେବ ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇସାରିଥିବା ବେଳେ ଦିନକୁ ଦିନ ଏହା ସହିତ ସମ୍ପର୍କ ସୃଷ୍ଟି କରିବାର ଆଶା ମଧ୍ୟ ମଉଳି ଯାଉଛି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now