ଜହ୍ନମାମୁଁରେ ଭାରତ: ଆରମ୍ଭ ହୋଇଗଲା କାଉଣ୍ଟ ଡାଉନ୍

ନୁଆଦିଲ୍ଲୀ ୬/୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଶୁକ୍ରବାର ରାତି ସାଢେ ୧ରୁ ସାଢେ ୨ ଟା ମଧ୍ଯରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଓହ୍ଲାଇବ । ବିକ୍ରମରୁ ରୋଭର ପ୍ରଜ୍ଞାନ ସକାଳ ୫.୩୦ ମିନିଟରେ ୬.୩୦ ମିନିଟ୍ ମଧ୍ୟରେ ବାହାରିବ । ମିଶନର ଶେଷ କିଛି ଘଣ୍ଟା ମଧ୍ଯରେ ଇସ୍ରୋ ଚିଫ୍ର କେ ସିଭନ କହିଛନ୍ତି ଯେ ଏପର୍ଯ୍ଯନ୍ତ ସବୁକିଛି ଯୋଜନା ଅନୁସାରେ ଚାଲିଛି । ଇସ୍ରୋର ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଏମିତି ମିଶନ ଯାହାକି ଏକ ଶିଶୁକୁ ପାଲଣାରେ ରଖିବା ସହିତ ସମାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ଐତିହାସିକ ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ ଏସ୍ରୋ ମୁଖ୍ଯାଳୟରେ ଉପସ୍ଥିତ ରହିବେ । ତାଙ୍କ ସହିତ ଗତ ମାସରେ ସାଇନ୍ସ କ୍ୱିଜ୍ ଜିତିଥିବା ୬୦ ଜଣ ପିଲା ମଧ୍ଯ ରହିବେ । ପ୍ରଧାନମନ୍ତ୍ରୀ, ଏହି ମୂହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।  ରାତି ୧.୧୦ ମିନିଟ୍ ସମୟରେ ଇସ୍ରୋର ୱେବସାଇଟରେ ଏହି ମିଶନର ୱେବକାଷ୍ଟ କରାଯିବ । ଏହା ବ୍ୟତୀତ ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବରେ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯିବ  ।

ଅବତରଣ ବେଳେ ଲ୍ୟାଣ୍ଡର ପ୍ରତି ସେକେଣ୍ଡ ପ୍ରାୟ ୬ କିଲୋମିଟର ବେଗରେ ଗତି କରିବ। ଏଣୁ ଲ୍ୟାଣ୍ଡରକୁ ତାର ବେଗ ନିୟନ୍ତ୍ରଣ କରିବାକୁ ମାତ୍ର ୧୫ ମିନିଟ୍ ମିଳିବ । ଏହି ସମୟ ମଧ୍ୟରେ ଲ୍ୟାଣ୍ଡର ପ୍ରତି ସେକେଣ୍ଡ ୨ ମିଟର ବା ଘଣ୍ଟାପ୍ରତି ୭ କିଲୋମିଟର ବେଗକୁ ଆସିବା ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବ । ଏହି ମିସନର ସଫଳତା ଲାଗି ତାମିଲନାଡୁର ତଞ୍ଜାଉର ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରନାର ମନ୍ଦିରରେ ବିଶେଷ ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now