PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

୨୦୨୦ରେ ଉତ୍‌କ୍ଷେପଣ ହେବ ‘ଚନ୍ଦ୍ରଯାନ-୩ : ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ ୧/୧: ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୩’କୁ ୨୦୨୦ରେ ଉତ୍‌କ୍ଷେପଣ କରିବ। ଲ୍ୟାଣ୍ଡର ଏବଂ ରୋଭର ଯୋଗେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଟରେ ସଫ୍ଟ ଲ୍ୟାଣ୍ଡିଂ କରିବ। ୨୦୧୯ ଶେଷ ପୂର୍ବରୁ ୨୦୨୦ ବାବଦରେ ଏହି ଖୁସି ଖବର ଦେଇଛନ୍ତି ଅନ୍ତରୀକ୍ଷ ବିଭାଗର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ । ଚନ୍ଦ୍ରଯାନ-୩ ବାବଦରେ ସୂଚନା ଦେଇ ଜିତେନ୍ଦ୍ର କହିଛନ୍ତି, ୨୦୨୦ରେ ଲ୍ୟାଣ୍ଡର ଏବଂ ରୋଭର ମିଶନ ଲଞ୍ଚ୍‌ କରାଯିବ। ତେବେ ଚନ୍ଦ୍ରଯାନ-୨ ମିଶନକୁ ଅସଫଳ କୁହା ଯାଇପାରିବ ନାହିଁ। କାହିଁକି ନା ଚନ୍ଦ୍ରଯାନ-୨ରୁ ଅନ୍ତରୀକ୍ଷ ବାବଦରେ ଅନେକ କିଛି ଜାଣିବାକୁ ମିଳିଛି । କୌଣସି ବି ଦେଶ ଏହାର ପ୍ରଥମ ପ୍ରୟାସରେ ଚନ୍ଦ୍ରପୃଷ୍ଟରେ ଅବତରଣ କରିପାରିନଥିଲେ । ଏଣୁ ଭାରତ ଏହାର ପ୍ରଥମ ମିଶନରେ ଅସଫଳ ହେବାରୁ କୌଣସି ବି ବ୍ୟକ୍ତି ଏନେଇ ଆଶା ଭାଙ୍ଗିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଚନ୍ଦ୍ରପୃଷ୍ଟରୁ ମାତ୍ର ୨.୧ କିମି ଦୂରରେ ହିଁ ଚନ୍ଦ୍ରଯାନ-୨ ସହ ସମ୍ପର୍କ ବିଚ୍ଛିର୍ଣ୍ଣ ହୋଇଥିଲା । ଏଣୁ ଅନ୍ୟ ଏକ ପ୍ରୟାସରେ ଭାରତ ଚନ୍ଦ୍ରପୃଷ୍ଟରେ ପହଞ୍ଚିପାରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅଗଷ୍ଟ ୨୦ରେ ଚନ୍ଦ୍ରଯାନ-୨ ସଫଳତା ପୂର୍ବକ ଲୁନାର ଅର୍ବିଟ୍‌ (ଚନ୍ଦ୍ର କକ୍ଷ)ରେ ପ୍ରବେଶ କରିଥିଲା। ଏହାପରେ ଚନ୍ଦ୍ର କକ୍ଷରେ ଘୂରିବା ପରେ ସେପ୍ଟେମ୍ୱର ୨ ତାରିଖରେ ବିକ୍ରମ ଲ୍ୟାଣ୍ଡର ଅର୍ବିଟରଠାରୁ ପୃଥକ୍‌ ହୋଇଥିଲା । ଏହାପରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଚଳାଇଥିଲା । ଚନ୍ଦ୍ରପୃଷ୍ଠ ଛୁଇଁବାକୁ ମାତ୍ର ୨.୧ କିଲୋମିଟର ଥିଲା । ୬୯ ସେକେଣ୍ଡ ପରେ ଭାରତ ଇତିହାସ ରଚିଥାନ୍ତା । କିନ୍ତୁ ୪୦୦ ମିଟର ଉପରେ ଥିବା ବେଳେ ବିକ୍ରମଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଫଳରେ ଭାରତର ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଥିଲା । ଜିଏସଏଲଭି-ଏମକେ ୩ (ବାହୁବଳୀ) ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା ।

ସମ୍ବନ୍ଧିତ ଖବର