ଚନ୍ଦ୍ରକକ୍ଷରେ ଚନ୍ଦ୍ରଯାନ-୨ ପ୍ରବେଶ: ଯାନର ବେଗ ୯୦ ପ୍ରତିଶତ କମାଇଥିଲା ଇସ୍ରୋ

ନୂଆଦିଲ୍ଳୀ ୨୧/୮ : ଭାରତ ଦ୍ୱାରା ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଧୀରେ ଧୀରେ ଚନ୍ଦ୍ରର ନିକଟତର ହେଉଛି । ଆଜି ସକାଳେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି । ଆସନ୍ତା ମାସ ୭ ତାରିଖ ରାତି ୧ଟା ୫୫ରେ ଏଥିରେ ଲାଗିଥିବା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

ଇସ୍ରୋର ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି କି ଏଥିପାଇଁ ସକାଳ ୯ଟାରେ ସଂସ୍ଥାର ବୈଜ୍ଞାନିକମାନେ କିଛି ବିଶେଷ ପଦକ୍ଷେପ ନେଇଥିଲେ । ସେମାନେ ଏହି ଯାନର ବେଗକୁ ପ୍ରାୟ ୯୦% କମାଇଥିଲେ । ଏପରି କରିନଥିଲେ ସେଥିରେ ସଂଯୁକ୍ତ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ମହାକାଶରେ ନଷ୍ଟ ହୋଇଯାଇଥାନ୍ତେ । ବେଗ କମାଇବା ପରେ ଏହାର ଦିଗ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାକୁ ଚନ୍ଦ୍ର କକ୍ଷରେ ସଫଳତାର ସହ ଅବସ୍ଥାପିତ କରାଯାଇଥିଲା ।

ଏହାପରେ ଆହୁରି ଚାରି ଥର ଏହାର କକ୍ଷ ପଥରେ ପରିବର୍ତ୍ତନ କରାଯିବ ଏବଂ ଏହାକୁ ଚନ୍ଦ୍ରର ଆହୁରି ନିକଟତମ କକ୍ଷକୁ ନିଆଯିବ । ଚନ୍ଦ୍ର ଠାରୁ ମାତ୍ର ୧୦୦ କିମି ଉଚ୍ଚତାରେ ଥିବା ସମୟରେ ସେପ୍ଟେମ୍ବର ୨ରେ ଏଥିରୁ ଲ୍ୟାଣ୍ଡର ‘ବିକ୍ରମ’ ପୃଥକ୍‌ ହେବ ଏବଂ ୭ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ଏବଂ ଏହାପରେ ସେଥିରୁ ରୋଭର ବାହାରି ସେଠାରେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରିବ ।

ସୂଚନାଯୋଗ୍ୟ, ଭାରତ ଗତ ମାସରେ ଜିଏସଏଲଭି ଏମକେ-୩ ରକେଟ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରିଥିଲା । ଏହି ମିଶନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ବ୍ୟୟ କରାଯାଇଛି ।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ