ଚପଲ ବିକ୍ରି ବୃଦ୍ଧି, ଫର୍ମାଲ ହ୍ରାସ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ପ୍ରାୟ ଅଧିକାଂଶ କର୍ମଚାରୀ ଘରୁ କାର୍ଯ୍ୟ କରୁଛନ୍ତି । ଏଭଳି କ୍ଷେତ୍ରରେ ଫର୍ମାଲ ସୁ’ ବିକ୍ରି ହ୍ରାସ ପାଇଥିବାବେଳେ ଚପଲ ବିକ୍ରି ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାଯାଇଛି । କୋଭିଡ୍‌ କାଳରେ ଫ୍ଲିପ୍‌ଫ୍ଲପ୍‌, ସାଣ୍ଡେଲ୍‌ ଏବଂ ସ୍ଲାଇଡ୍‌ ଚପଲ ବିକ୍ରି ପ୍ରାକ୍‌-କୋଭିଡ୍‌ ସ୍ତରର ୮୦% ଛୁଇଁଥିବା ଜଣାଯାଇଛି । ରିଟେଲ ବ୍ୟବସାୟୀ ଏବଂ ନିର୍ମାତାମାନଙ୍କ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ଜଣାଯାଇଛି ।

ଲୋକେ ପ୍ରଥମ ଥର ପାଇଁ ଫିଟ୍‌ନେସ୍‌କୁ ଧ୍ୟାନ ଦେଉଥିବା ସତ୍ତେ୍ୱ ସ୍ପୋର୍ଟସ ସୁ’ ବିକ୍ରିରେ ସେଭଳି ଉତ୍ସାହ ଦେଖାଦେଉନାହିଁ । ଏହା ପ୍ରାକ୍‌-କୋଭିଡ୍‌ ସ୍ତରର ମାତ୍ର ୨୫% ରହିଥିବା ରିଲାକ୍ସୋ ଫୁଟ୍‌ୱେର୍‌ର ପରିଚାଳନା ନିର୍ଦ୍ଦେଶକ ରମେଶ କୁମାର ଦୁଆ ପ୍ରକାଶ କରିଛନ୍ତି । ସ୍କୁଲ୍‌ ଏବଂ କଲେଜ୍‌ ବନ୍ଦ ଥିବାରୁ ଏ ସେଗ୍‌ମେଣ୍ଟରେ ବିକ୍ରି ହ୍ରାସ ପାଇଥିବା ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ଡିଜିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଟ୍ରକ୍ ଜବତ, ଡ୍ରାଇଭର ଅଟକ

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବାଣିଜ୍ୟିକ ବେପାରକୁ ନେଇ ଚୀନ୍‌ର ରାଜନୀତି – ଅଷ୍ଟ୍ରେଲିଆ ବିରୋଧରେ ନେଲା ଦୃଢ଼଼ ପଦକ୍ଷେପ !

ଦେଶରେ ପୁଣି ବଢ଼ିଲା ବେକାରି ହାର, କମୁଛି ଶ୍ରମ ଯୋଗଦାନ ରେଟ୍

ଭାରତରେ ମିନି ଜନ୍‌ କୁପର୍‌ ୱର୍କସ୍‌ ଜିପି ଇନ୍ସପାୟାର୍ଡ ଏଡିସନ, ୧୫ଟି ରଙ୍ଗରେ‌ ଉପଲବ୍ଧ