୧୫ମିନିଟ୍ ଚାର୍ଜ କରିଲେ ୭ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ନୂଆ ସ୍ମାର୍ଟ ଫୋନ୍…ଜାଣନ୍ତୁ ଏହାର ମୂଲ୍ୟ ଓ ଫିଚର୍ସ ସମ୍ପର୍କରେ…

ଗୁଗୁଲର ଲାଟେଷ୍ଟ ସ୍ମାର୍ଟ ଫୋନ୍ ପିକ୍ସଲ୍ ୩ଏ ଏବଂ ପିକ୍ସଲ୍ ୩ଏ ଏକ୍ସଏଲ୍ ଲଞ୍ଚ ହୋଇସାରିଛି। ଏହା ମେ୧୫ ରୁ ଭାରତରେ ଉପଲବ୍ଧ ହେବ। ଭାରତରେ ଗୁଗୁଲ ପିକ୍ସଲ୍ ୩ଏ ର ମୂଲ୍ୟ ରହିଛି ୩୯,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ପିକ୍ସଲ୍ ୩ଏ ଏକ୍ସଏଲର ମୂଲ୍ୟ ୪୪,୯୯୯ ଟଙ୍କା ରହିଛି। ଗୁଗୁଲ ପିକ୍ସଲ୍ ୩ଏ ସ୍ମାର୍ଟ ଫୋନ୍କୁ ଅର୍ଡର କରିବାକୁ ଚାହୁଁଥିଲେ ତାହା କରିପାରିବେ। କାରଣ ଏହା ମେ ୮ରୁ ଅର୍ଡର କରିବା ଆରମ୍ଭ ହୋଇଯାଇଥିବାବେ​‌ଳେ ଫ୍ଲିପକାର୍ଡରେ ବି ଏହାକୁ ଅର୍ଡର କରିହେଉଛି। ଏହାର ବିକ୍ରି ମଧ୍ୟ ମେ ୧୫ରୁ ଆରମ୍ଭ ହେବ। ପିକ୍ସଲ୍ ୩ଏରେ ବ୍ୟାଟେରି ବି ଦିଆଯାଉଛି। ଗୋଟିଏ ଚାର୍ଜରେ ୩୦ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପାଇଁ ଏହି ମେସିନ୍ ଲର୍ନିଙ୍ଗର ବ୍ୟବହାର କରୁଛି। ଏହି ସ୍ମାର୍ଟ ଫୋନରେ ୧୮ଡବ୍ଲୁ ଚାର୍ଜର ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ମାତ୍ର ୧୫ ମିନିଟ୍ ଚାର୍ଜ କରିବା ପରେ ଏହାର ବ୍ୟାଟେରି ୭ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ପିକ୍ସଲ୍ ୩ଏ ରେ କଲ୍ ଷ୍କ୍ରିନିଂର ମଧ୍ୟ ଅପସନ୍ ଦିଆଯାଇଛି।

ଜାଣନ୍ତୁ ଏହାର ଫିଚର୍ସ ସମ୍ପର୍କରେ….

୧. ପିକ୍ସଲ୍ ୩ଏ ଭଳି ପିକ୍ସଲ୍ ୩ଏ ସ୍ମାର୍ଟଫୋନର ସ୍କିନ୍ ସାଇଜ୍ ଏବଂ ବ୍ୟାଟେରିରେ ଅଲଗା ରହିଛି।

୨. ପିକ୍ସଲ୍ ୩ଏରେ ଯେଉଁଠି ୫.୬ଇଞ୍ଚର ଏଫ୍ଏଚଡି+ଜି ଓଏଲଇଡି ଡିସପ୍ଲେ ଏବଂ ୩,୦୦୦ ଏମ୍ଏଏଚ୍ ର ବ୍ୟାଟେରୀ ରହିଛି ସେଇଠି ଅର୍ଥାତ୍ ପିକ୍ସଲ୍ ୩ଏ ଏକ୍ସଏଲରେ ୬ଇଞ୍ଚର ଏଫ୍ଏଚଡି+ଜି ଓଏଲଇଡି ଡିସପ୍ଲେ ଏବଂ ୩,୭୦୦ ଏମ୍ଏଏଚ୍ ର ବ୍ୟାଟେରୀ ଦିଆଯାଇଛି।

. ସ୍ମାର୍ଟଫୋନରେ ୪ ଜିବି ରାମ୍ ଏବଂ ୬୪ଜିବି ର ଷ୍ଟୋରେଜ୍ ଦିଆଯାଇଛି।

୪. ପିକ୍ସଲ୍ ୩ଏ ସିଜିଜରେ ୧୨.୨ ମେଗାପିକ୍ସଲର ଡୁଆଲ୍ ପିକ୍ସଲ ସୋନି ଆଇଏମ୍ଏକ୍ସ୩୬୩ କ୍ୟାମେରା ରହିଛି। ସେଲ୍ଫି ପାଇଁ ଫୋନ୍ ସମ୍ମୁଖରେ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି।

୫. ଯଦି କନେକ୍ଟିଭିଟି ଅପସନ୍ କଥା କୁହାଯାଉଛି ତେବେ ପିକ୍ସଲ୍ ୩ଏରେ ୟୁଏସବି ଟାଇପ-ସି ପୋର୍ଟ, ସିଙ୍ଗଲ ନାନୋ ସିମ୍ ସପୋର୍ଟ, ୩.୫ ଏମ୍ଏମ୍ ହେଡଫୋନ୍ ଜ୍ୟାକ୍, ବ୍ଲୁଟୁଥ୍ ୫.୦ ଏବଂ ଏନ୍ଏଫ୍ସି ଭଳି ଫିଚର୍ସ ରହିଛି।

୬. ପିକ୍ସଲ୍ ୩ଏ ସ୍ମାର୍ଟଫୋନରେ ନାଇଟ୍ ସାଇଟ୍ ମୋଡ୍ ବି ଦିଆଯାଇଛି। ଏହି ସ୍ମାର୍ଟଫୋନକୁ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏଡ୍ରୋଏଡ୍ ସିକ୍ୟୁରିଟି ଅପଡେଟ୍ ମିଳିବ।

   ସମ୍ବନ୍ଧିତ ଖବର


ଗ୍ରାହକଙ୍କ ଅର୍ଡର ଅନୁସାରେ ବାଇକ୍ ପ୍ରସ୍ତୁତ କରିବ ୟାମାହା, ପସନ୍ଦ ଅନୁସାରେ ରହିବ କଲର୍

ମାର୍କେଟକୁ ଆସିଲା ଇ-ସିମ୍, ଜାଣନ୍ତୁ ବ୍ୟବହାର କରିବାର ଫାଇଦା

ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍

ଆଗାମୀ ବର୍ଷ ଲଞ୍ଚ୍ ହେବ Samsungର ନୂଆ Galaxy Z Fold 3