ଚାରିମାଣିଆ ଗ୍ରାମକୁ ୩ ଦିନିଆ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବାଳକାଟି,୧୪/୦୮: ବାଲିଅନ୍ତା ବ୍ଲକ୍‌ ପ୍ରତାପଶାସନ ପଞ୍ଚାୟତ ଚାରିମାଣିଆ ଗ୍ରାମରେ ଗତକାଲି ଗୋଟିଏ ପରିବାରରୁ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେହି ପରିବାରରୁ ଆଉ ୫ ଜଣ ସଂକ୍ରମିତ ବାହାରିଛନ୍ତି । ସେହିପରି ଉକ୍ତ ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ପଜିଟିଭ୍‌ ହୋଇଛନ୍ତି । ଦୁଇ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଉପଜିଲ୍ଲାପାଳ ସମ୍ପୃକ୍ତ ପଞ୍ଚାୟତର ୫ ଓ ୧୮ ନମ୍ବର ୱାର୍ଡକୁ ଆଜି ସନ୍ଧ୍ୟା ୭ଟାରୁ ୧୬ ତାରିଖ ସନ୍ଧ୍ୟା ୭ଟା (ତିନିଦିନ) ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଏହି ସମୟରେ କେହି ଉକ୍ତ ଗ୍ରାମକୁ ଯାଇପାରିବେ ନାହିଁ କିମ୍ବା ସେଠାରୁ କେହି ବାହାରକୁ ଆସିବେ ନାହିଁ । ଆବଶ୍ୟକ ହେଲେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ